Home ଓଡ଼ିଶା ଗାଁ ଯୁବକ ମାନେ ଗ୍ରାମ ସଫେଇ ଓ ବୃକ୍ଷ ରୋପଣ ପାଇଁ ଅଣ୍ଟା ଭିଡିଲେ

ଗାଁ ଯୁବକ ମାନେ ଗ୍ରାମ ସଫେଇ ଓ ବୃକ୍ଷ ରୋପଣ ପାଇଁ ଅଣ୍ଟା ଭିଡିଲେ

113

ନୟାଗଡ/ ଓଡିଆପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)– ବିଶ୍ୱ ପରିବେଶ ଦିବସରେ ଗ୍ରାମ ଯୁବକ ମାନେ କରୋନା ମୁକାବିଲା ପାଇଁ ଗାଁ ସଫେଇ ଠାରୁ ଗ୍ରାମର ପରିବେଶ ସରଶସୁନ୍ଦର କରିବା ପାଇଁ ନିଜସ୍ୱ ବ୍ୟୟରେ ଆରମ୍ଭ କରିଛନ୍ତି କାର୍ଯ୍ୟ । ସେ ଭଳି ଗାଁ ହେଉଛି ନୟାଗଡ ଜିଲ୍ଲା ଲୋଧଚୁଆ ଗ୍ରାମ ପଂଚାୟତ ଅଡାଲ ଓ ଗୋପୀମୋହନପୁର ଗାଁ ।  ଚଳିତ କରୋନା ଦ୍ୱିତୀୟ ଲହର ରେ ଅଡାଲ ଓ ଗୋପୀମୋହନପୁର ଗ୍ରାମରୁ ଏ ପର୍ଯ୍ୟନ୍ତ ୩୦ ରୁ ୪୦ ଜଣ କରୋନା ସଂକ୍ରମଣରେ ସଂକ୍ରମିତ ଓ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ହେଲାଣି । ଏହାପରେ ବି ସରକାର ଓ ପ୍ରଶାସନ ବହୁ କଥା ଘୋଷଣା କରୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହି ଦୁଇ  ଗାଁରେ ସରକାରୀ କାର୍ଯ୍ୟକ୍ରମ ପହଂଚି ପାରି ନାହିଁ ।

ତେଣୁ ଗୋପୀମୋହନପୁର ଗ୍ରାମ ର ଯୁବକ ପ୍ରକାଶ କୁମାର ସ୍ୱାଇଁ ଓ  ଅଡାଲ ଗ୍ରାମ ର ବିଶ୍ୱଜିତ୍ ପାଇକ୍‌ରାୟ ଙ୍କ ଉଦ୍ୟମରେ ଉଭୟ ଗ୍ରାମର ଯୁବକ ମାନେ ଅମ୍ଳଜାନ ସନ୍ତୁଳନ ରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣ ଓ କରୋନା ମୁକାବିଲା ପାଇଁ ଘରେ ଘରେ ସଚେତନତା ର ସୂଚନାପତ୍ର ,ମୁହଁମୁଖା ବାଣ୍ଟିବା ସହ ଗାଁ ସଫେଇ କୁ ପ୍ରାଧାନ୍ୟ ଦେଇ ଆଗେଇ ଆସିଥିବା ଜଣାପଡିଛି । ଯୁବକ ମାନଙ୍କର ନିଜସ୍ୱ ବ୍ୟୟ ନିଜସ୍ୱ ଉଦ୍ୟମରେ ମହାମାରୀ ସମୟରେ ଏଭଳି କାର୍ଯ୍ୟ କୁ ଗ୍ରାମର ବୟସ୍କ ଲୋକମାନେ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.