Home ଜିଲ୍ଲା ପରିକ୍ରମା ଖବରଦାତାଙ୍କ ବିୟୋଗରେ ଶୋକ

ଖବରଦାତାଙ୍କ ବିୟୋଗରେ ଶୋକ

18

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଖବରଦାତା ବିଭୁ ପ୍ରସାଦ ବେହେରା (୪୪) ଙ୍କ ଆଜି ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ସେ ୨ ବର୍ଷ ହେଲା କିଡ୍‌ନୀ ରୋଗରେ ପୀଡିତ ଥିଲେ। ତାଙ୍କର ଅକାଳ ବିୟୋଗରେ ଭଦ୍ରକ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘବର୍ଷ ଧରି ଧରିତ୍ରୀ ଖବରକାଗଜରେ ଜିଲା ପ୍ରତିନିଧି ଭାବେ କାର୍ଯ୍ୟ କରି ଜଣେ ନିର୍ଭିକ ଓ ସଚ୍ଚୋଟ ସାମ୍ବାଦିକ ଭାବେ ଜିଲାରେ ପରିଚିତ ଥିଲେ। ଏବେ ସେ ରାଜ୍ୟ କାହାଣୀ ସାପ୍ତାହିକରେ କାର୍ଯ୍ୟରତ ଥିଲେ। ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭଦ୍ରକର ବହୁ ସାମ୍ବାଦିକ ଓ କ୍ୟାମେରାମେନ୍ ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ମର ଶରୀରକୁ ତାଙ୍କ ଜନ୍ମମାଟି ଗଂଜାମ ଜିଲା ତାରାତାରିଣୀ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି। ତାଙ୍କ ବିୟୋଗରେ ସାସଂଦ ମଂଜୁଲତା ମଣ୍ଡଳ, ବିଶିଷ୍ଟ ରାଜନେତା, ଆଇନ୍‌ଜୀବୀ ଓ ଜିଲାର ସାମ୍ବାଦିକ ମାନେ ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.