Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିର ପ୍ରଶାସନର କଟକଣା ଫୁ କଲେ ପ୍ରଭାବଶାଳୀ ସେବାୟତ, ଗର୍ଭଗୃହରେ ପଶିଲେ ଅଣସେବାୟତ ଓ...

ଆଖଣ୍ଡଳମଣିଙ୍କ ମନ୍ଦିର ପ୍ରଶାସନର କଟକଣା ଫୁ କଲେ ପ୍ରଭାବଶାଳୀ ସେବାୟତ, ଗର୍ଭଗୃହରେ ପଶିଲେ ଅଣସେବାୟତ ଓ ଭକ୍ତ, ବାରଣ କରିବାରୁ ମନ୍ଦିର ସିକ୍ୟୁରିଟି ଗାର୍ଡଙ୍କୁ ମାଡ ଓ ଧମକ

21

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କିଛିଦିନ ହେବ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କିଛି ପ୍ରଭାବଶାଳୀ ସେବାୟତ ବିଭିନ୍ନ ସମୟରେ ଭକ୍ତଙ୍କ ନାନା ପ୍ରକାରର ମାନସିକ ପୂଜା ଆଳରେ ଜୋର ଜବରଦସ୍ତ ଭେଟି ଓ ଦକ୍ଷିଣା ଆଦାୟ କରିବା, ମନ୍ଦିର ଗର୍ଭଗୃହକୁ ବେନିୟମ ଭାବେ ଭକ୍ତ ଓ ଅଣସେବାୟତଙ୍କୁ ପ୍ରବେଶ କରିବାକୁ ନେଇ ଅନେକ ସମୟରେ ଦ୍ୱନ୍ଦାତ୍ମକ ପରିସ୍ଥିତି ଉପୁଜୁଥିଲା। ଏପରିକି ମନ୍ଦିର ପ୍ରଶାସନ ପକ୍ଷରୁ ଗତ ୧୦ ତାରିଖରେ ସମସ୍ତ ସେବାକାରୀଙ୍କ ଏଭଳି ନିୟମ ଉଲ୍ଲଂଘନ ନକରିବା ସହ ମନ୍ଦିର ଗର୍ଭଗୃହ ଓ ଗଳିଘର ମଧ୍ୟକୁ ଯାତ୍ରୀ ଓ ଅଣସେବାୟତଙ୍କୁ ପ୍ରବେଶ ନକରାଇବାକୁ ନୋଟିସ୍ ଜାରି କରାଯିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ଜଣାଯାଇଥିଲା। ହେଲେ ଏହି ନିୟମକୁ ଫୁ କରି କେତେକ ପ୍ରଭାବଶାଳୀ ସେବାୟତ ସିକ୍ୟୁରିଟି ଗାର୍ଡଙ୍କ ବାରଣ ସତ୍ୱେ ମାଡ ଧମକ ଦେଇ ଅଧିକ ଭେଟି ଟଙ୍କା ଆଦାୟ ପାଇଁ ଅଣସେବାୟତଙ୍କୁ ପ୍ରବେଶ କରାଇ ପୂଜାର୍ଚ୍ଚନା କରାଇଥିଲେ। ଏପରିକି ମୋବାଇଲ୍ ଦ୍ୱାରା ବାବାଙ୍କର ଗୁପ୍ତ ପୂଜା ଓ ବିଗ୍ରହର ଫଟୋ ଉତ୍ତୋଳନ କରାଇଥିଲେ। ଏପରି ନକରିବାକୁ ଅନ୍ୟ ସେବାୟତ ସ୍ୱର ଉଠାଇଥିଲେ ମଧ୍ୟ କିଛି ସମୟ ପାଇଁ ମନ୍ଦିର ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ତାହା ସହ ଏପରି ଖବର ପାଇ ମନ୍ଦିର ପ୍ରଶାସନ ସହ ପରିଚାଳକ ସୁଧାକର ବିଶ୍ୱାଳ ଘଟଣାସ୍ଥଳକୁ ଆସି ସମସ୍ତେ ସେବାୟତଙ୍କ ସହ ଆଲୋଚନା କରିବା ସହ ମଣିବାବାଙ୍କ ନୀତିକାନ୍ତି ସୂଚାରୁ ରୂପେ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ବିଶୃଙ୍ଖଳିତ ସେବାୟତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଏପରି ଘଟଣା ସଂପର୍କରେ ପରିଚାଳକ ବିଦ୍ୟାଧର ପଲାଇଙ୍କୁ ପଚାରିବାରୁ ଗତ ସେମାବାର ୨୯ ଜଣ ବିଶୃଙ୍ଖଳିତ ସେବାୟତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆରଡି ଫାଣ୍ଡିରେ ଏତଲା ଦିଆଯାଇଛି। ଆଜି ଆଉ କିଛି ସେବାୟତଙ୍କ ବିରୋଧରେ ମାମଲା ଦାୟର ହୋଇଛି। ତାହା ସହ ବିଶୃଙ୍ଖଳିତ ସେବାୟତଙ୍କ ମନ୍ଦିର ଦୈନନ୍ଦିନ ପାଳି ବନ୍ଦ କରାଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.