Home ଜିଲ୍ଲା ପରିକ୍ରମା ଓଡ଼ିଶା ରାଜ୍ୟ ମିହଳା ଆୟୋଗଙ୍କ ଶିବିର ଅଦାଲତ

ଓଡ଼ିଶା ରାଜ୍ୟ ମିହଳା ଆୟୋଗଙ୍କ ଶିବିର ଅଦାଲତ

12

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର ଅଦାଲତରେ ମିହଳା ଆୟୋଗ ଡ଼. ମିନତି ବେହେରା ଯୋଗ ଦେଇ ସମୁଦାୟ ପଞ୍ଜିକୃତ ୪୩ଟି କେସ୍‌ରୁ ପକ୍ଷ ଯୋଗ ଦେଇଥିବା ୩୪ଟି କେଶ୍‌ର ବିଚାର କରିଥିଲେ। ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଭଦ୍ରକ ଏସ୍‌.ପି. ଚରଣ ସିଂ ମୀନା, ଆୟୋଗଙ୍କ ରେଜିଷ୍ଟ୍ରାର ସୁଶିଲ କୁମାର ରାୟ, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଏହି ବୈଠକରେ ଯୋଗ ଦେଇଥିଲେ। ବିଚାର କରାଯାଇଥିବା ୧୬ଟି କେଶ୍‌ରେ କେବଳ ଗୋଟିଏ ପକ୍ଷ ଉପସ୍ଥିତ ଥିଲେ। ଅପରପକ୍ଷ ନଥିବାରୁ ଏହି ୧୬ଟି କେସ୍ ବିଚାର କି ଶୁଣାଣି ହୋଇପାରିଲା ନାହିଁ। ବାକି ୧୮ଟି କେଶ୍‌ରୁ ୪ଟି କେଶ୍ ଏସ୍‌.ପି.ଙ୍କ ପାଖକୁ, ୩ଟି ମହିଳା ସୁରକ୍ଷା ଅଧିକାରୀଙ୍କ ପାଖକୁ ୨ଟି ଡ଼ାଲସା କାର୍ଯ୍ୟାଳୟକୁ ବିଚାର ପାଇଁ ପ୍ରେରଣ କରାଗଲା। ପକ୍ଷଙ୍କ ଅସହଯୋଗ ପାଇଁ ୪ଟି କେସ୍‌କୁ ରଦ୍ଦ କରାଯାଇ ପୁନଃ ପଦକ୍ଷେପ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ଏହି ଅଦାଲତରେ ଗୋଟିଏ ନୂଆ କେଶ୍ ପଞ୍ଜିକୃତ କରାଯାଇଥିଲା। ସୂଚନା ଯୋଗ୍ୟକି ଅଧିକାଂଶ କେଶ୍ ସବୁ ପାରବାରିକ ହିଂସା ଓ ନାରୀ ନିର୍ଯ୍ୟତନା ସମ୍ବନ୍ଧୀୟ ଥିଲା।

ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଅପରାହ୍ନ ଅଧିବେଶନରେ ମାନବ ଚାଲାଣ ନିରୋଧ ୟୁନିଟି ଉପରେ ସଚେତନତା କାର୍ଯ୍ୟକ୍ରମରେ ମହିଳା ଆୟୋଗ ଡ଼. ବେହେରା ଯୋଗ ଦେଇଥିଲେ। ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜଲ୍ଲାପାଳ ରାମଦାସ ଟୁଡ଼ୁ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ଼. ସୁଦର୍ଶନ ବାରିକ୍‌, ଆୟୋଗଙ୍କ ରେଜିଷ୍ଟ୍ରାର ସୁଶିଲ କୁମାର ରାୟ, ଏସ୍‌.ଆର୍‌.ପି.ସିର ଡ଼ି.ଏସ୍‌.ପି. ଶ୍ରୀନିବାସ ମହାନ୍ତି ପ୍ରମୁଖ ଯୋଗ ଦେଇ ମାନବ ଚାଲାଣ ସମସ୍ୟାର ର ପ୍ରତିହତ ନେଇ ସଚେତନତା ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଆୟୋଗଙ୍କ କନସଲଟାଣ୍ଟ ଡ଼. ଟୁନା ସାହୁ ମାନବ ଚାଲାଣ ଅପରାଧର ଆଇନ୍‌ଗତ ଦିଗ ଉପରେ ବିଷଦ ବ୍ୟାଖ୍ୟା କରିଥିଲେ। ଏହି ବିଷୟ ସମ୍ବଳିତ ୨୬ଟି ଆଇନ୍ ସମ୍ବନ୍ଧରେ ବୈଠକକୁ ସଚେତନ କରାଇଥିଲେ। ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ, ପରିଦର୍ଶିକା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସିଆନା, ଫେଲୋସିପ୍‌, ସ୍ୱଧାର ଗୃହ, ସଖି ସେଣ୍ଟର କର୍ମକର୍ତ୍ତା ଯୋଗଦାନ କରିଥିଲେ। ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଅସିମ୍ ଅମିତାଭ ଦାସ, ଜିଲ୍ଲା ଶିଶୁ ସରୁକ୍ଷା ଅଧିକାରୀ ବିଜୟ କେତନ ସାହୁ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପରେ ମହିଳା ଆୟୋଗ ଡ଼. ବେହେରା ସଂପୃକ୍ତ ଅଧିକାରୀମାନଙ୍କ ସହ ଫେଲୋସିପ, ସ୍ୱଧାରଗୃହ, ୱାନ୍ ଷ୍ଟାପ୍ ସେଣ୍ଟର ସଖୀ, ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାର ପ୍ରସୂତୀ ଗୃହ ପରିଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.