Home କେନ୍ଦୁଝର କ୍ୱାରେଣ୍ଟାଇନ ସେଣ୍ଟରରୁ ଅବଧି ଶେଷ ପୂର୍ବରୁ ପଳାଇ ଆସିଥିବା ବ୍ୟକ୍ତିଙ୍କ କରୋନା ପିଜେଟିଭ ଚିହ୍ନଟ ପରେ...

କ୍ୱାରେଣ୍ଟାଇନ ସେଣ୍ଟରରୁ ଅବଧି ଶେଷ ପୂର୍ବରୁ ପଳାଇ ଆସିଥିବା ବ୍ୟକ୍ତିଙ୍କ କରୋନା ପିଜେଟିଭ ଚିହ୍ନଟ ପରେ ଗାଁ ରେ ଭୟ ର ବାତାବରଣ କଣ୍ଟାଣ୍ଟ ଟ୍ରେସିଂ କରି ସ୍ୱାବ ପରୀକ୍ଷା ପାଇଁ ଗ୍ରାମବାସୀଙ୍କ ଦାବି

146

ପାଟଣା- ୨୭-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲାରେ ଦିନ କୁ ଦିନ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଥିବା ବେଳେ ଗତ ଶନିବାର ସାହାରପଡା ବ୍ଲକର ରାମଚନ୍ଦ୍ରପୁର ଟି ଏମ୍ ସି ସେଣ୍ଟରରୁ ପଳାଇ ଆସି ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପିଜେଟିଭ ଚିହ୍ନଟ ପରେ ତାଙ୍କୁ କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ଯୁବକ ଆସାମରୁ ଫେରି ରାମଚନ୍ଦ୍ରପୁର ଟି, ଏମ୍, ସି ସେଣ୍ଟର ରେ ରହୁଥିଲେ କିନ୍ତୁ ସ୍ୱାବ ନମୁନା ଆସିବା ପୂର୍ବରୁ ସେ ଘରକୁ ଆସି ଅନେକ ଲୋକଙ୍କ ସହିତ ମିଳାମିଶା କରିବା ସହିତ ଭୋଜିଭାତ ଓ ଭୋଲି ଖେଳିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଜେଟିଭ ବ୍ୟକ୍ତି ଅନେକ ଲୋକଙ୍କ ସହ ମିଳାମିଶା କରିଥିବାରୁ ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖୁବ ଶୀଘ୍ର କଣ୍ଟାଣ୍ଟ ଟ୍ରେସିଂ କରି ସ୍ୱାବ ନମୁନା ସଂଗ୍ରହ ପାଇଁ ଗ୍ରାମବାସୀ ଦାବି କରିବା ସହିତ ସ୍ୱାବ ରିପୋର୍ଟ ନ ଆସିବା ପୂର୍ବରୁ ଟି ଏମ୍ ସି ସେଣ୍ଟର ରୁ କିପରି ଘରକୁ ଆସିଲେ ତାର ତଦନ୍ତ କରିବା କୁ ଦାବି କରିଛନ୍ତି ଗ୍ରାମବାସୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.