Home କେନ୍ଦୁଝର ପ୍ରଶାସନ ଶୁଣିଲାନି, ଯୁବକମାନେ ରାସ୍ତା ମରାମତି କଲେ

ପ୍ରଶାସନ ଶୁଣିଲାନି, ଯୁବକମାନେ ରାସ୍ତା ମରାମତି କଲେ

229

ହାଟଡିହି ୨୭ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଢ଼େଇଦ୍ୱାର ଠାରୁ ଜମ୍ଭରା ପର‌୍ୟ୍ୟନ୍ତ ରାସ୍ତାଟି ଖାଲଖମାରେ ପରିପୁର୍ଣ୍ଣ ହୋଇପଡିଥିବାବେଳେ ପ୍ରଶାସନ ପକ୍ଷରୁ ମରାମତି ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଜମ୍ଭରା, ଆଗିରିଆ, ଢ଼ାଇପୋଖରୀ, ଶାଳବଣି, ମଝିଗାଁ ଆଦି ଗ୍ରାମର ଲୋକମାନେ ନାନା ଅସୁବିଧା ଭୋଗ କରୁଛନ୍ତି । ରାସ୍ତାରେ ବିରାଟ ବିରାଟ ଖାଲ ଖମା ହେବାସହ ବର୍ଷାପାଣି ଜମି ରହିଯାଉଥିବାରୁ ପଥଚାରୀ ମାନେ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱବି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସମାଜ ଦର୍ପଣର ସଭାପତିଙ୍କ ନେତୃତ୍ୱରେ ଜମ୍ଭରା ଗ୍ରାମର ୩୦ରୁ ଉର୍ଦ୍ଧ ଯୁବକ ନିଜସ୍ୱ ଖର୍ଚ୍ଚ ଓ ଶାରିରୀକ ପରିଶ୍ରମ କରି ଯଥାସମ୍ଭବ ରାସ୍ତାଟିକୁ ମରାମତି କରିଛନ୍ତି । ରୁରାଲ ଓଡିଶା ପକ୍ଷରୁ ଏନେଇ ଜିଲ୍ଲା ମୁଖ୍ୟାଳୟକୁ ଟୁଇଟ କରି ଜଣାଇବା ପରେ ମଧ୍ୟ କୌଣସି ଉତ୍ତର ମିଳିନଥିବା ସଭାପତି ପ୍ରଶାନ୍ତ ସେନାପତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.