Home ଓଡ଼ିଶା ରଣପୁର ରେ କିପରି ରଥଟଣା ହେବ ସନ୍ଦେହ ଘେରରେ

ରଣପୁର ରେ କିପରି ରଥଟଣା ହେବ ସନ୍ଦେହ ଘେରରେ

82

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୬-ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରକୁ ନେଇ ରଣପୁରବାସୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଛନ୍ତି । ରଥ ନିର୍ମାଣ କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ ପହଁଚିଥିବା ତିନି ରଥର ମୁଖ୍ୟ ମହାରଣା କବିରାଜ ମହାରଣା ସୁଚନା ଦେଉଥିବା ବେଳେ କିପରି ରଥଟଣା ହେବ ତାହା ସନ୍ଦେହ ଘେରରେ । ପୁରୀ ଶ୍ରୀ ମନ୍ଦିରରେ କିପରି ରଥଟଣା ହେବ ତାହା ନେଇ ସନ୍ଦେହ ଦେଖାଦେଇଛି । ରଣପୁର ମନ୍ଦିର ପ୍ରଶାସନ ମଧ୍ୟ ସନ୍ଦେହ ଘେରରେ ରହିଥିବା ଜଣା ପଡିଛି ।

ଏ ସମ୍ପର୍କେ ରଣପୁର ଦେବୋତ୍ତର ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ସଂଜୟ କୁମାର ରାଉତରାୟଙ୍କୁ ଯୋଗ ଯୋଗ କରିବାରେ କୁହନ୍ତି ମନ୍ଦିର ପ୍ରଶାସନ ତରଫରୁ ରଥଟଣା ସମ୍ପର୍କରେ ସ୍ପଷ୍ଟିକରଣ ପାଇଁ ଚିଠି ଲେଖାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଯେଉଁ ନିଷ୍ପତି ଦେବେ ସେ ନିଷ୍ପତି ଅନୁଯାୟୀ କାର୍ଯ୍ୟକ୍ରମ ହେବ । ପୁରୀରେ ମେସିନ୍ ଦ୍ୱାରା ରଥଟଣା ହେବ କି ହାତୀ ଦ୍ୱାରା ରଥଟଣା ହେବ ସ୍ପଷ୍ଟି କରଣ ହୋଇନାହିଁ । ଲୋରାପୁଟ ଜିଲ୍ଲାପାଳ କୋରାପୁଟ ରଥଯାତ୍ରାକୁ ବନ୍ଦ କରିଥିବା ସୁଚନା ଦେଇଛନ୍ତି । ରଣପୁର ରଥଟଣା କିପରି ହେବ ତାହା ନୟାଗଡ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ବିଚାରାଧିନ ରହିଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.