Home କେନ୍ଦୁଝର କ୍ୱାରେଣ୍ଟାଇନରେ ପସିଲା ଯୁବକ, ପ୍ରଶାସନ ନାକେଦମ

କ୍ୱାରେଣ୍ଟାଇନରେ ପସିଲା ଯୁବକ, ପ୍ରଶାସନ ନାକେଦମ

306

ହାଟଡିହି-୬ /୬, ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ହାଇସ୍କୁଲରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ ଅଜଣା ଯୁବକ ପସି ଭିତରପଟୁ କବାଟ ଶିକୁଳିଦେଇ ନଶୁଣିବା ପୁଲିସ ପ୍ରଶାସନକୁ ନାକେଦମ କରିଛି । ଖବରରୁ ଜଣାଯାଇଛି ଯେ ସୁଲଣ ପଞ୍ଚାୟତର ହାଇସ୍କୁଲ ଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରେ ଜଣ ପ୍ରବାସୀ ରହୁଥିବାବେଳେ ଗୋଟିଏ ଗୃହ ଖାଲି ପଡିଥିଲା । ସେ ଗୃହରୁ ଦୁଇଦିନ ତଳେ ପ୍ରବାସୀମାନେ ଛାଡି ଯାଇଥିଲେ । ଗତକାଲି ରାତିରେ ଜଣେ ଯୁବକ ପାଚେରୀ ଡେଇଁ ସେହି ସଂଗରୋଧ ଗୃହରେ ପସି ଭିତରପଟୁ କବାଟ ବନ୍ଦ କରିଦେଇଥିଲା । ଆଜି ସକାଳୁ ପଞ୍ଚାୟତର କର୍ମଚାରୀମାନେ ଦେଖି ଯେତେ ଡାକ ପକାଇଲେ ମଧ୍ୟ ସେ ବ୍ୟକ୍ତି ଜଣକ ଉଠି ନଥିଲା ତେଣୁ ଏ ବାବଦରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଥିଲେ । ଖବରପାଇ ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ, ଜିପିଓ ନବୀନ ଚନ୍ଦ୍ର ନାୟକ, ପିଇଓ ନରହରି ନାୟକ, ନନ୍ଦିପଦା ପୁଲିସ ଓ ଶାଳଣିଆଁ ଡାକ୍ତରଖାନାର କ୍କ୍‌ର କର୍ମଚାରୀମାନେ ପହଞ୍ଚି କବାଟ ଭାଙ୍ଗି ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାରକରି ଡାକ୍ତରଖାନାକୁ ପଠାଇଛନ୍ତି । ତାଙ୍କ ଘର ଶିବନାରାୟଣପୁର ଗ୍ରାମର ଓ ତାଙ୍କ ନାମ ଚିନ୍ତାମଣି ଗିରି ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.