Home କେନ୍ଦୁଝର ବେକରେ ରଶିଦେଇ ଆତ୍ମହତ୍ୟା

ବେକରେ ରଶିଦେଇ ଆତ୍ମହତ୍ୟା

194

ହାଟଡିହି-୬ /୬, ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ଜଣେ ୬୦ବର୍ଷ ବୟସ୍କ ବ୍ୟକ୍ତି ଆଜି ବେକରେ ରଶିଦେଇ ଆତ୍ମହତ୍ୟା କରିଛନ୍ତି । ଖବରରୁ ଜଣାଯାଇଛି ଯେ ଶିବନାରାୟଣପୁର ଗ୍ରାମର କୈଳାଶ ଖଣ୍ଡା ଘରେ ସେପରି କିଛି କାମଧନ୍ଦା ନକରି ବିଭିନ୍ନ ଆଡେ ବୁଲାବୁଲି କରନ୍ତି । ଗତ ଦୁଇଦିନ ହେଲା ତାଙ୍କର କିଛି ଖୋଜ ଖବର ନଥିବାବେଳେ ଆଜି ସକାଳୁ ପୁରୁଣିଆ ପଡିଆ ନିକଟରେ ଥିବା ଏକ ଆମ୍ବଗଛରେ ତାଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଆନନ୍ଦପୁର ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.