Home ଓଡ଼ିଶା କ୍ରୀଡା ମନ୍ତ୍ରୀଙ୍କ ଯୋଡା ଗସ୍ତ

କ୍ରୀଡା ମନ୍ତ୍ରୀଙ୍କ ଯୋଡା ଗସ୍ତ

32

ଯୋଡା, ୧୯/୦୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ତଥା ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଙ୍ଗଳବାର ଅପରାହ୍ନରେ ଯୋଡା ଗସ୍ତ କରିଛନ୍ତି । ଖେଳ ଓ ଖେଳାଳୀଙ୍କ ବିକାଶ ନିମନ୍ତେ ରାଜ୍ୟରେ ଥିବା ୩୧୪ ଗୋଟି ବ୍ଲକ ଏବଂ ୧୪୯ ଗୋଟି ସହରାଞ୍ଚଳରେ ଥିବା ଖେଳ ପଡିଆ ଗୁଡିକୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଖେଳ ପଡିଆର ଉନ୍ନତି କରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ଗୁଡିକୁ ସେ ବୁଲି ଦେଖିଛନ୍ତି । ଶ୍ରୀ ବେହେରା ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ୱରରୁ ବାହାରି ସଡକ ପଥରେ ଆସିବା ସହ ପ୍ରଥମେ ରାମଚନ୍ଦ୍ରପୁର ବଜାରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେଠାରୁ କେନ୍ଦୁଝର ଆସି ଜିଲ୍ଲାପାଳଙ୍କ ସହିତ ଜିଲାର ଖେଳ ଭିତ୍ତିଭୂମି ଉପରେ ବିଶଦଃ ଆଲୋଚନା କରିଥିଲେ । ଅପରାହ୍ନ ୪ଟା ସମୟରେ ଶ୍ରୀ ବେହେରା ଚମ୍ପୁଆସ୍ଥିତ ନେହେରୁ ଷ୍ଟାଣ୍ଡିଅମ ପରିଦର୍ଶନ କରିଥିବା ବେଳେ ତାଙ୍କ ସହିତ ଚମ୍ପୁଆ ବିଧାୟୀକା ମୀନାକ୍ଷୀ ମହାନ୍ତ ଏବଂ ଅନ୍ୟ ବିେଜେଡି କର୍ମିମାନେ ଯୋଗଦେଇଥିଲେ । ପରେ ସେ ଯୋଡା ପହଞ୍ଚିଥିଲେ । ସେଠାରେ ଯୋଡା ବିଡେଜି ପକ୍ଷରୁ କଳାପାହାଡ ଛକ ଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଯୋଡା ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ସହିତ ଯୋଡା ଖଣି ପ୍ରବଣ ଅଞ୍ଚଳରେ କ୍ରୀଡାର ବିକାଶ ନିମନ୍ତେ ସେ ଆଲୋଚନା କରିବା ସହ ଏକ ଖେଳ ପଡିଆ ନିର୍ମାଣ ନିମନ୍ତେ ସ୍ଥାନ ପରିଦର୍ଶନ କରିଥିଲେ । ଯୋଡା ଠାରେ ମନ୍ତ୍ରୀଙ୍କ ରାତ୍ରୀ ରହଣି ହୋଇଥିବା ବେଳେ ବୁଧବାର ଦିନ ସକାଳୁ ସେ ଘଟଗାଁ ଠାରେ ମା ତାରିଣୀଙ୍କ ମନ୍ଦିର ପରିଦର୍ଶନ କରିବା ସହିତ ଘଟଗାଁରେ ଥିବା ମିନି ଷ୍ଟାଡିଅମର ଉନ୍ନତିକରଣ ପରିଦର୍ଶନ କରି ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ସରକାର କ୍ରୀଡାର ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଉଦିୟମାନ ଖେଳାଳୀମାନଙ୍କ ପାଇଁ ସରକାର କ୍ରୀଡା ତାଲିମ ନିମନ୍ତେ ଅନେକ ଗୁଡିଏ କେନ୍ଦ୍ର ଖୋଲିବା ସହ ସେମାନଙ୍କ ପାଇଁ ରହିବାର ବ୍ୟବସ୍ଥା କରିଛନ୍ତି । ଇଣ୍ଡୋର ଓ ଆଉଟଡୋର ଉଭୟ ଖେଳ ପ୍ରତି ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ଯୁବ ସମାଜ କିଭଳି ଉତ୍ତମ ତାଲିମ ପାଇବା ସହ ବିଭିନ୍ନ କ୍ରୀଡାରେ ପାରଦର୍ଶିତା ହାସଲ କରି ପାରିବେ ସେଥିପାଇଁ ସରକାର ବିଶେଷ ଯତ୍ନବାନ ଅଛନ୍ତି । ସମଗ୍ର ରାଜ୍ୟରେ ଥିବା ଖେଳ ପଡିଆ ଗୁଡିକର ଉନ୍ନତିକରଣ ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ କୌଣସି ବିବାଦିୟ ଜମି ଥିବା ସ୍ଥାନ ବ୍ୟତୀତ ପ୍ରାୟ ସବୁ ଅଞ୍ଚଳର ଖେଳ ପଡିଆ ଗୁଡିକର ପୂନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ମୋର କେନ୍ଦୁଝର ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଉକ୍ତ ଖେଳ ପଡିଆ ଗୁଡିକର ଉନ୍ନତିକରଣ କାର୍ଯ୍ୟ ସମୀକ୍ଷା କରିବା ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.