Home ଓଡ଼ିଶା ଯୋଡା-ଫାସ ପକାଇ ପଶୁ ଶୀକାର, ୧ ଗିରଫ

ଯୋଡା-ଫାସ ପକାଇ ପଶୁ ଶୀକାର, ୧ ଗିରଫ

49

ଯୋଡା, ୧୯/୦୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସୋମବାର ସନ୍ଧ୍ୟା ସାଢେ ୫ଟା ସମୟରେ ଗୁଆଲି ସେକସନର ଫରେଷ୍ଟର ସନ୍ତୋଷ କୁମାର ପହି, ଫରେଷ୍ଟ ଗାର୍ଡ ମଳୟ କୁମାର ଜେନା, ବଡବିଲ ରେଞ୍ଜ ହରମଟ ବିଟ ଏବଂ ପାରା ସ୍କାର୍ଡର ପେଟ୍ରୋଲିଙ୍ଗ ସମୟରେ ବନ୍ୟ ଯନ୍ତୁ ଶୀକାର ପାଇଁ ଫାସ ବସାଉଥିବା ସମୟରେ ଚରଣ ନାଏକ (୨୫) ନାମକ ଜଣେ ଯୁବକକୁ ଜଙ୍ଗଲ ବିଭାଗ ଗିରଫ କରିଛି । ଚରଣ ନାଏକଙ୍କ ଘର ଝାରଖଣ୍ଡ ରାଜ୍ୟ କିରିବୁରୁ ନିକଟ ମେଘାତବୁରୁର ଭନଗାଅଁରେ ବୋଲି ଜଣାପଡିଛି । ଓଡିଶା ଝାରଖଣ୍ଡ ସୀମାନ୍ତ ବଡବିଲ ସେକସନର କାରୋ ସଂରକ୍ଷୀତ ଜଙ୍ଗଲ ମଧ୍ୟରେ ଏହି ଫାସ ବସାଯାଇଥିବା ବେଳେ ପେଟ୍ରୋଲିଙ୍ଗ ସମୟରେ ଜଙ୍ଗଲ ବିଭାଗ ଏହାକୁ ଠାବ କରିଥିଲା । ଘଟଣାସ୍ଥଳରୁ ଫାସ ବସାଯାଇଥିବା ବିପୁଳ ପରିମାଣର ଜିଆଇ ତାର, ଗୋଟିଏ ଧନୁ, ୮ଟି ତୀର ଏବଂ କିଛି ମାରଣାସ୍ତ୍ର ମଧ୍ୟ ଚରଣ ନାଏକଙ୍କ ଠାରୁ ଜବତ କରାଯାଇଛି । ବନ୍ୟ ପ୍ରାଣୀ ସଂରକ୍ଷଣ ନିୟମ ଅନୁଯାୟୀ ସଂରକ୍ଷୀତ ଜଙ୍ଗଲରେ ବନ୍ୟପ୍ରାଣୀ ଶୀକାର ଏକ ଧର୍ତବ୍ୟ ଅପରାଧ ହୋଇଥିବା ବେଳେ କେତେକ ଆଦିବାସୀ ସମ୍ପ୍ରଦାୟ ଏହାକୁ ବେଖାତିର କରି ଜଙ୍ଗଲ ମଧ୍ୟରେ ଫାସ ବସାଇ ବାରହା, କୁଟୁରା, ଠେକୁଆ, ମୟୂର, ବଣ କୁକୁଡା ପ୍ରଭୁତି ଶୀକାର କରିଥାନ୍ତି । ଏପରିକି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ବିଛାଇ ବାରହା ଶୀକାର କରୁଥିବା ଫଳରେ ଏହା ଶଂସ୍ପର୍ଶରେ ଆସି ହାତୀ ଭଳି ବିଲୁପ୍ତ ପ୍ରାଣୀ ମଧ୍ୟ ମୃତ୍ୟୁ ମୁଖରେ ପଡୁଥିବା ନଜିର ରହିଛି । ବନ୍ୟପ୍ରାଣୀ ସଂରକ୍ଷଣ ଧାରା ୧୯୭୨ ଅନୁଯାୟୀ ବନ୍ୟପ୍ରାଣୀ ଶୀକାର ଅନୁଛେଦ ୯ ଅନୁଯାୟୀ ଏହା ଏକ ଧର୍ତବ୍ୟ ଅପରାଧ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.