Home ଓଡ଼ିଶା ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ

ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ

65

ଯୋଡା, ୧୯/୦୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସ୍ଥାନୀୟ ଲୋକ ଓ ନିଜ କର୍ମଚାରୀମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ସୋମବାର ଦିନ ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ କରାଯାଇଛି । ଜାନୁଆରୀ ୧୮ ତାରିଖରୁ ଫେବୃଆରୀ ୧୭ ତାରିଖ ମଧ୍ୟରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅଧିନରେ ପ୍ରତ୍ୟେକ ବର୍ଷ ସଡ଼କ ସୁରକ୍ଷା ମାସର ପାଳନ କରାଯାଉଛି । ଜାତୀୟ ସୁରକ୍ଷା ପରିଷଦ ଦେଶ ମଧ୍ୟରେ ସଡ଼କ ସୁରକ୍ଷା ଅଭିଯାନକୁ ପ୍ରୋତ୍ସାହନ ଦେବା ସହିତ ସରକାରଙ୍କ ଉଦ୍ୟମକୁ ପୁରଣ କରିଥାଏ । ଦେଶ ମଧ୍ୟରେ ସଡ଼କ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ସଡ଼କ ଦୁର୍ଘଟଣାକୁ କମ୍ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ । ଯୋଡ଼ା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ହୋଡିଂ ମାଧ୍ୟମରେ ସଡ଼କ ସୁରକ୍ଷା ବାର୍ତ୍ତାର ପ୍ରସାର ବ୍ୟତୀତ ଏହି ମାସିକିଆ ସଡ଼କ ସୁରକ୍ଷା ଅଭିଯାନ ଅନ୍ତର୍ଗତ କର୍ମଚାରୀ, ସ୍ଥାନୀୟ ବାସିନ୍ଦା ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଅଧିବେସନ, ଦୃଶ୍ୟମାନ ନମ୍ବର ପ୍ଲେଟ୍‌ର ପ୍ରସାର, ପଥଚାରୀଙ୍କ ସୁରକ୍ଷା, ଦୁଇ ଚକିଆ ଯାନର ଫିଟନେସ୍ ଟେଷ୍ଟ, ଭାଇଜର ଓ ଚିନ୍ ଷ୍ଟ୍ରିପ୍ ଥିବା କ୍ରାସ୍ ହେଲମେଟ୍‌, ସଡ଼କ ସୁରକ୍ଷା ଉପରେ କୁଇଜ୍ ଏବଂ ଡ୍ରାଇଭିଂ ସୁରକ୍ଷା ମାନକ ଉପରେ ଅନ୍‌ଲାଇନ୍ ପ୍ରଶିକ୍ଷଣ ଭଳି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.