Home କେନ୍ଦ୍ରାପଡ଼ା କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନରେ ନାମ ପଞ୍ଜିକରଣ

କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନରେ ନାମ ପଞ୍ଜିକରଣ

56

କେନ୍ଦ୍ରାପଡ଼ା ୪ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ୮ ରୁ ୧୮ ବର୍ଷ ବୟସର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା କ୍ରୀଡା ଶିକ୍ଷକ ଓ ପ୍ରଶିକ୍ଷକମାନଙ୍କର ଅନଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ଆଗାମୀ ୧୫ ତାରିଖ ସୁଦ୍ଧା ଆବେଦନ କରିବାକୁ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ କୁହାଯାଇଛି। ପଞ୍ଜିକୃତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉପଯୁକ୍ତ ପରୀକ୍ଷଣ ମାଧ୍ୟମରେ କ୍ରୀଡା ପ୍ରତିଭା ଚୟନ କରାଯିବ। ଚିହ୍ନିତ ପ୍ରିତିଭାମାନେ କ୍ରୀଡା ଛାତ୍ରାବାସରେ ଅବସ୍ଥାନ କରିପାରିବେ ଅଥବା କ୍ରୀଡା ଛାତ୍ରାବାସ ବାହାରେ ରହି କ୍ରୀଡା ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ କ୍ରୀଡା ଶୃଙ୍ଖଳାରେ ପ୍ରଶିକ୍ଷଣ ଲାଭ କରିପାରିବେ। ଭବିଷ୍ୟତରେ କ୍ରୀଡା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ଜଣେ ଯୋଗ୍ୟ କ୍ରୀଡାବିତ୍‌, କ୍ରୀଡା ଶିକ୍ଷକ, କ୍ରୀଡା ପ୍ରଶିକ୍ଷକ ତଥା ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ସୁବିଧା ସୁଯୋଗ ପାଇପାରିବା ସହିତ ସୁପ୍ରତିଷ୍ଠିତ ହେବାରେ ସହାୟକ ହୋଇପାରିବେ। ଜିଲ୍ଲାରେ ଲୁକ୍କାୟିତ ଥିବା କ୍ରୀଡା ପ୍ରତିଭା, କ୍ରୀଡା ଶିକ୍ଷକ ଓ କ୍ରୀଡା ପ୍ରଶିକ୍ଷକମାନେ ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ପ୍ରଦତ୍ତ ୱେବସାଇଟ୍ (www.department.sportsodisha.gov.in) ରେ ଚଳିତ ମାସ ୧୫ ତାରିଖ ପୂର୍ବରୁ ନିଜ ନିଜର ନାମ ପଞ୍ଜିକରଣ କରିବା ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଜଣାଇଛନ୍ତି। ଏସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ [email protected] ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.