Home କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

33

କେନ୍ଦ୍ରାପଡ଼ା ୪ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ମଙ୍ଗଳବାର ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ମେଳାକୁ ଆନୁଷ୍ଠାନୁିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ନିଯୁକ୍ତି ମେଳାରେ କେନ୍ଦ୍ରାପଡା, ଡେରାବିଶ, ମାର୍ଶାଘାଇ, ମହାକାଳପଡା ଓ ଗରଦପୁର ଆଦି ପାଞ୍ଚଟି ବ୍ଲକ ଏବଂ କେନ୍ଦ୍ରାପଡା ପୈାରାଞ୍ଚଳର ୭୪୬ ଜଣ ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ। ନିଯୁକ୍ତି ମେଳାରେ ଗୁଡ୍ ୱାକରସ, ସିପେଟ୍‌, ସେଞ୍ଚୁରିଆନ ୟୁନିଭରସିଟି, ଏସଆଇପିଟି, ପିନାକେଲ, ହ୍ୟୁମାନ ରିସୋର୍ସ, ସାହି ଏକ୍ସପୋର୍ଟ ପ୍ରଭୃତି ୩୪ଟି ପ୍ରମୁଖ ସଂସ୍ଥା ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା କର୍ମ ନିୟୋଜନ ଅଧିକାରିଣୀ କେ. ରୋଜା ଦୋରା ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା କାଲି ପଟ୍ଟାମୁଣାଇ ବ୍ଲକ ଅନ୍ତର୍ଗତ କଷଣଅଣ୍ଟା ଉଚ୍ଚ ବିଦ୍ୟାଳୟ ପଡିଆରେ ପୂର୍ବାହ୍ଣ ୧୦ଟା ସମୟରେ ଆଉ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ସେହି ମେଳାରେ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳର ଶିକ୍ଷିତ ବେକାର ଯୁବକ ଯୁବତୀମାନେ ନିଜ ନାମ ପଞ୍ଜିକରଣ କରି ଅଂଶ ଗ୍ରହଣ କରିପାରିବେ ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରିଣୀ ମମତାରାଣୀ ପରିଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.