Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ସାରସ୍ୱତ ସଂଗଠନର ବର୍ଷାନ୍ତ କବିତା ଆସର

କେନ୍ଦ୍ରାପଡା ସାରସ୍ୱତ ସଂଗଠନର ବର୍ଷାନ୍ତ କବିତା ଆସର

34

କେନ୍ଦ୍ରାପଡ଼ା ୪ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ସାରସ୍ୱତ ସଂଗଠନ, ସାହିତ୍ୟ ସଂଗଠନ ସମୁହ ଏବଂ ସାହିତ୍ୟ ପତ୍ରିକା ସମ୍ପାଦକମାନଙ୍କୁ ନେଇ ଏକ କବିତା ପାଠୋତ୍ସବ କବି ରାମକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସତୀର୍ଥର ସମ୍ପାଦକ ମନ୍ମଥ ନାଥ ବରାଳ ଉଦଘାଟକ, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ ଦାସ ମୁଖ୍ୟ ଅତିଥି, ବିପ୍ଳବୀ କବି ହେମନ୍ତ ରାଉତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। କବୟତ୍ରୀ ଆରାଧନା ଦାଶ ଅତିଥି ପରିଚୟ, ଡଃ ନାରାୟଣ ପ୍ରସାଦ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପଲକ ସମ୍ପାଦକ ଶଶିକାନ୍ତ ଦାସ, ବାଟୋଇ ସମ୍ପାଦକ ଶତୃଘନ ବରାଳ, ପ୍ରଦୀପ କୁମାର ଦାଶ, ଆଦିକନ୍ଦ ରାଉଳ, ନରହରି ଦାସ, ଅମର ପ୍ରସଦ ରାଉଳ, ସଞ୍ଜୟ କୁମାର ମଲିକ, ଅନିଲ ଚୈାଧୁରୀ, ରବୀନ୍ଦ୍ର ନାଥ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖି ଆମ ସାହିତ୍ୟର ଭବିଷ୍ୟତ ଏଭଳି ସଂଗଠନ ମାଧ୍ୟମରେ ପ୍ରସାରିତ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଡା. ଚନ୍ଦ୍ର ଶେଖର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିପ୍ଳବୀ ନେତା ରମଣିରଞ୍ଜନ ରାଉତରାୟ, ବ୍ରଜବନ୍ଧୁ ଦାଶ, ପ୍ରମୋଦ ସାହୁ, ପ୍ରଦିପ ନାୟକ, ନିରୂପମା ଦାସ, ଅଶୋକ ସାହୁ, ଅଭୟ ରାଉତ, ହେମନ୍ତ ମଲିକ, ରତ୍ନାକର ମଲିକ, ଚାରୁଲତା ଭୂୟାଁ, ତ୍ରିଲୋଚନ ଜେନା, ବୈଷ୍ଣବ ମଲିକ, କୁଳମଣୀ ରାଉତ, ଶମ୍ଭୁନାଥ ଦାଶ, ବଂଶୀଧର ନାୟକ, ପ୍ରମୋଦ ତ୍ରିପାଠୀ, ଅଧର ଜେନା, ତୃପ୍ତିମୟୀଜେନା, ଯାମିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନବ କିଶୋର ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.