Home Top News କ୍ରମ ବର୍ଦ୍ଧିଷ୍ଣୁ ଶିଶୁ ଅପରହଣ, ହତ୍ୟା ଓ ଦୁଷ୍କର୍ମ ପ୍ରସଙ୍ଗରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ...

କ୍ରମ ବର୍ଦ୍ଧିଷ୍ଣୁ ଶିଶୁ ଅପରହଣ, ହତ୍ୟା ଓ ଦୁଷ୍କର୍ମ ପ୍ରସଙ୍ଗରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷୀକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

50

ଖୋର୍ଦ୍ଧା ୨୧.୧୨ (ଓଡ଼ିଆ ପୁଅ) – ଏହା ଉଦ୍‌ବେଗର ବିଷୟ ଯେ ରାଜ୍ୟରେ ଦିନକୁ ପ୍ରାୟ ୧୧ ଜଣ ଶିଶୁ ନିଖୋଜ ହେଉଛନ୍ତି। ବର୍ଷକୁ ପ୍ରାୟ ୪୩୧୫ ଜଣ ଶିଶୁଙ୍କର ଅପହରଣ ଘଟଣା ସଂପ୍ରତି ଅଭିଭାବକ, ପରିବାରବର୍ଗ ଓ ସର୍ବୋପରି ସଭ୍ୟ ସମାଜରେ ଗଭୀର ଚିନ୍ତାର କାରଣ ହୋଇଛି। ପରୀ, ସ୍ୱାତୀ, ପିହୁ, ଆୟୁଷ ପରି କୁନିକୁନି ଶିଶୁକନ୍ୟା ଓ ଶିଶୁପୁତ୍ରଙ୍କୁ ଅପହରଣ ଓ ସ୍ଥଳବିଶେଷରେ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ରାଜ୍ୟରେ ସାଧାରଣ ଜନତାଙ୍କ ମନରେ ଭୟ ସୃଷ୍ଟି କରିଛି। ଏ ରାଜ୍ୟକୁ ଦୀର୍ଘ ୨୧ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳର ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମଧ୍ୟ ମନ୍ତ୍ରୀ। ମାତ୍ର ତାଙ୍କର ନିଷ୍କ୍ରିୟତା ଓ ଅପାରଗତା ଫଳରେ ନିରୀହ, ନିଷ୍ପାପ ଶିଶୁମାନେ ଯୌନପିପାସୁ ଓ ଅପହରଣକାରୀଙ୍କର ଶିକାର ହୋଇଚାଲିଛନ୍ତି। ପୀଡ଼ିତ ବା ପୀଡ଼ିତା ଶିଶୁର ପରିବାରବର୍ଗଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ବି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ପୋଲିସର ମନ୍ଥର ତଦନ୍ତ ଉପରେ ଜନସାଧାରଣଙ୍କର ବି ଭରଷା ପାଉନି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲାପାଳମାନେ ଯେପରି ତତ୍ପରତା ଦେଖାଇବା କଥା ତାହା ପରିଲକ୍ଷିତ ହେଉନାହିଁ। ଆଇନ୍‌ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ରୂପେ ଭୁଷୁଡି ପଡିଛି। ମାତ୍ର ମୁଖ୍ୟମନ୍ତ୍ରୀ ନିଦକ।

୨୦୧୬ ସେପ୍ଟେମ୍ବର ଠାରୁ ଆଜିଯାଏଁ ରାଜ୍ୟରେ ପ୍ରାୟ ୭୦୦୦ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି ବୋଲି ସରକାରୀ ସୂତ୍ର କହୁଛି। ଏଥିରୁ ପ୍ରାୟ ୫୦୫୦ ଜଣ ହେଉଛନ୍ତି କେବଳ ନାବାଳିକା। ସେହିପରି ଘରୋଇ ହିଂସା, ମହିଳା ନିର୍ଯ୍ୟାତନାରେ ଓଡିଶା ଦେଶରେ ତୃତୀୟ ରାଜ୍ୟର ଅପବାଦ ବହନ କରୁଛି। ନାରୀ ନିର୍ଯ୍ୟାତନା, ନାବାଳିକାଙ୍କୁ ଅପହରଣ, ଯୌନ ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା ଏବଂ ଚୋରି, ଡକାୟତି, ଛିନ୍‌ତାଇ ଆଦି ଅପରାଧ ଘଟଣା ସଂଖ୍ୟା ପ୍ରତିବର୍ଷ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ଏଭଳି ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାକୁ ନିୟନ୍ତ୍ରଣ କରିବାରେ ନବୀନବାବୁ ଓ ତାଙ୍କ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଓଡ଼ିଶା ସରକାରଙ୍କ ଗୃହବିଭାଗଟି କାର୍ଯ୍ୟକରୁଛି ବୋଲି ଜନସାଧାରଣ ଅନୁଭବ କରିପାରୁ ନାହାଁନ୍ତି। ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।

ଏହି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଓଡ଼ିଶାର ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଏହି ଧାରଣା ଆୟୋଜିତ। ଏଠି ସାଧାରଣ ଜନତା ଭୀତସ୍ତ୍ରତ ଓ ଶିଶୁ ଅସୁରକ୍ଷିତ। ମହିଳା ଅସୁରକ୍ଷିତ ଓ ଅତ୍ୟାଚାରିତ। ସାଧାରଣ ଧନଜୀବନକୁ ସୁରକ୍ଷା ଦେବାରେ ନବୀନ ସରକାର ଉଦାସୀନ। ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମର ଦାବି ଏହିକି ଯେ ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି ଜାଗତ୍ର ହୁଅନ୍ତୁ। ସବୁ ଜାଣି କିଛି ନଜାଣିବାର ଭୂମିକା କରିବାର ନିବୃତ ରୁହନ୍ତୁ। ସାଧାରଣ ଜନତାଙ୍କୁ ସୁରକ୍ଷା ଦିଅନ୍ତୁ। ଏହି ଧାରଣା କାର୍ଯ୍ୟକ୍ରମରେ ଶିଶିର ପରିଡ଼ା, ପ୍ରଦୀପ ସାହୁ, ପ୍ରଦୀପ ସ୍ୱାଇଁ, ଅଶୋକ ମଙ୍ଗରାଜ, ଅମିତ୍ ମହାନ୍ତି, ରଞ୍ଜିତ ମହାପାତ୍ର, ବେଣୁ ଭୋଇ, ପଦ୍ମଚରଣ ରାୟ, ସୁବାଶ ପାତ୍ର, ଏମଡି ଆୟୁଷ, ବାବୁ ବଡ଼ଜେନା, ନଉସୁର ଅଲ୍ଲୀ, କଳିଙ୍ଗ ସାହୁ, ବଟକୃଷ୍ଣ ରାଉତରାୟ, ହାଜି ମହାପାତ୍ର ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.