Home ଜିଲ୍ଲା ପରିକ୍ରମା ସମାସିଂହା ଉଚ୍ଚବିଦ୍ୟାଳୟରେ ବାର୍ଷିକ କ୍ରୀଡା ;୬ଟି ବିଭାଗରେ ୯୦ ଜଣ ଛାତ୍ରୀ

ସମାସିଂହା ଉଚ୍ଚବିଦ୍ୟାଳୟରେ ବାର୍ଷିକ କ୍ରୀଡା ;୬ଟି ବିଭାଗରେ ୯୦ ଜଣ ଛାତ୍ରୀ

156

କୋଲାବିରା, ୬।୧ (ଓଡ଼ିଆ ପୁଅ/ନିଶିତ୍ ବହିଦାର) କୋଲାବିରା ବ୍ଲକ୍ ସମାସିଂହା ସ୍ଥିତ କ୍ଷୀରୋଦ ଗୈାନ୍ତିଆ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମାସିଂହା ଗ୍ରାମପଂଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା ସହିତ ସ୍ୱାସ୍ଥ୍ୟପାଇଁ ଖେଲ କୁଦ ମଧ୍ୟ ଏକ ଅଭିନ୍ନ ଅଙ୍ଗ ବୋଲି ଅଭିହିତ କରିଥିଲେ। ଖେଲ ସହିତ ଯୋଗ ପ୍ରତି ମଧ୍ୟ ଧ୍ୟାନ ଦେବା ଅପରିହାର୍ଯ୍ୟ ବୋଲି ପରାମର୍ଶ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ସଭାପତି ତୁଲାରାମ ସେନାପତି, ସଂପାଦକ ମଦନ ମୋହନ ପଟେଲ, ଭାଷା ଶିକ୍ଷା ପ୍ରଶିକ୍ଷକ ସଚିନ୍ଦ୍ର କୁମାର ପଟେ.ଗୈାରୀ ସଙ୍କର ନାଏକ, କୁଲଦୀପ ନେଟୀ, ପୂର୍ଣ୍ଣଚନ୍ଦ୍ର ଚାନ୍ଦ, ଶ୍ରୀମତୀ ଜେମାମଣୀ ନାଏକ, ପ୍ରମୂଖ ଯୋଗ ଦେଇ କ୍ରିଡା, ଶିକ୍ଷା ଓ ସଂସ୍କୃତି ସମ୍ବନେ୍ଧ ବକ୍ତବ୍ୟ ମାନ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଧ୍ୟାରାଣୀ ଚୈାଧୂରୀ, ପୁଷ୍ପାଞଲି ପୂଝାରୀ, ରଶ୍ମୀରେଖା ପଟେଲ ଉପସ୍ଥିତ ଥିଲେ। ବିଦ୍ୟାଳୟର ଖେଲଶିକ୍ଷୟତ୍ରୀ ଆଶାମଂଜରୀ ଚୈାଧୂରୀ ଏବଂ ଖେଳ ଶିକ୍ଷକ କୈଲାସ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ ମିର୍ଧା, ପ୍ରସନ୍ନ ବଗାର, ରୀନା କିଶାନ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ବାର୍ଷର୍ିକକ୍ରୀଡା ଉତ୍ସବରେ ୬ଟି ବିଭାଗରେ ୯୦ ଜଣ ଛାତ୍ରୀ ଭାଗ ନେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହ ଦେଶର ସୁନାଗରିକ ହୋଇ କର୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଶିକ୍ଷୟତ୍ରି ସୁପ୍ରଭା ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.