Home ଅପରାଧ କୋଲକତାସ୍ଥିତ ଦୋକାନ ଗୃହ ଭଡାଦେବାକୁ ମନା କରିବାରୁ ସାଙ୍ଗକୁ ହତ୍ୟା, ଡେମୋ ଦେଖାଇଲା ଅଭିଯୁକ୍ତ

କୋଲକତାସ୍ଥିତ ଦୋକାନ ଗୃହ ଭଡାଦେବାକୁ ମନା କରିବାରୁ ସାଙ୍ଗକୁ ହତ୍ୟା, ଡେମୋ ଦେଖାଇଲା ଅଭିଯୁକ୍ତ

38

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଲକାତାରେ ଥିବା ଦୋକାନ ଘରକୁ ଭଡାସୂତ୍ରେ ନେଇଥିବା ସାଙ୍ଗକୁ ଆଉ ଭଡାନଦେବାକୁ ମନା କରିଦେବାରୁ ଶେଷରେ ଜୀବନ ଦେବାକୁ ପଡିଛି ଧରଣୀଧରଙ୍କୁ। ଏଭଳି ଏକ ଲୋମହର୍ଷଣକାରୀ ଘଟଣାର ପର୍ଦ୍ଦାଫାଶ ହୋଇଛି ଅଭିଯୁକ୍ତ ସାଙ୍ଗ ଗିରଫ ହେବା ପରେ। ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଏହି ଜିଲାର ପୀରହାଟ ଥାନା ଅଧୀନସ୍ଥ ଉପରଦୁମୁକା ଗ୍ରାମର ଧରଣୀଧର କୁଅଁରଙ୍କର ସୁଦୂର କୋଲକାତାରେ ଏକ ଦୋକାନ ଘର ରହିଛି। ଯାହାକୁ ଧୁଷୁରୀ ଥାନା ଅଧୀନସ୍ଥ ଭଣ୍ଡାରିପଡା ଗ୍ରାମନିବାସୀ କିଶୋର ପଣ୍ଡା ଓ ତାଙ୍କ ପୁତ୍ର ପପୁ ଓରଫ ଶୁଭେନ୍ଦୁ ପଣ୍ଡା ଭଡାସୂତ୍ରରେ ୬ ମାସ ହେବ ନେଇଥିଲେ। ଇତିମଧ୍ୟରେ ଗତମାସ ୨୮ ତାରିଖ ଦିନ ସନ୍ଧ୍ୟା ୬ ଘଟିକାରେ ଭଡା ନେଇଥିବା ପିତା-ପୁତ୍ର ଏକ ମୋଟର ସାଇକେଲ୍‌ରେ ଉପରଦୁମୁକାସ୍ଥିତ ଘରକୁ ଆସି ଧରଣୀଧରଙ୍କୁ ଭଡାସୂତ୍ରେ ନେଇଥିବା ଦୋକାନ ଘରଭଡା ଟଙ୍କା ଦେବା ବିଷୟରେ କଥାହେବାକୁ ସେମାନଙ୍କ ଘରକୁ ଡାକିନେଇଥିଲେ। ମାତ୍ର ସେଠାରେ ଧରଣୀଧର ତାଙ୍କୁ ଆଉ ଘର ଦେବାକୁ ମନା କରିଦେଇଥିଲେ।

ଏହା ପରଠାରୁ ଧରଣୀଧର ଘରକୁ ନଫେରିବାରୁ ତାଙ୍କ ପୁତ୍ର ପ୍ରଦୀପ ମୋବାଇଲ୍ ଯୋଗେ କଥା ହେବାରୁ ତାଙ୍କୁ ବାଇକ୍‌ରେ ନେଇଯାଇଥିବା ପପୁ ଓ କିଶୋର ସେଇଦିନ ସେ ଘରକୁ ଚାଲିଯିବା କଥା କହିଥିଲେ। ଇତିମଧ୍ୟରେ ୫ ଦିନ ପରେ ଧରଣୀଧରଙ୍କର ଗଳିତ ମୃତଦେହକୁ ଧୁଷୁରୀ ଥାନା ପୁଲିସ୍ ସ୍ଥାନୀୟ କୋଚିଳା ନଦୀରୁ ଉଦ୍ଧାର କରି ଧରଣୀଧରଙ୍କ ପୁତ୍ର ପ୍ରଦୀପଙ୍କ ଅଭିଯୋଗ ପତ୍ର ମୂଳେ କିଛିଲୋକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରିଥିଲା। ପରେ ଗତ ୩ ତାରିଖ ଦିନ ଧରଣୀଧରଙ୍କ ମୃତଦେହ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା। ପରେ ପୁଲିସ୍ ପପୁ ଓରଫ ଶୁଭେନ୍ଦୁଙ୍କୁ ଗିରଫ କରିବା ପରେ ସେ ସମସ୍ତ କଥା ସ୍ୱୀକାର କରିଥିଲା। ଏବଂ କୋଚିଳା ନଦୀଘାଟରେ କିଭଳି ଦଉଡି ସାହାଯ୍ୟରେ ବେକରେ ଫାଶ ପକାଇ ହତ୍ୟା କରିଥିଲା, ତାହାର ସିନ୍ କ୍ରିଏଟ୍ କରି ଦୃଶ୍ୟକୁ ପୁଲିସ୍‌କୁ ଡେମୋ କରି ଦେଖାଇଛି। ହତ୍ୟାବେଳେ ଯେଭଳି ତଣ୍ଟିକୁ ରଶିରେ ଚିପିଥିଲା, ସେହିଭଳି ଜନୈକ ପୁଲିସ୍ କର୍ମଚାରୀଙ୍କ ବେକରେ ରଶି ଲଗାଇ ଡେମୋ ଦେଖାଇଛି। ତେବେ ଏହି ଘଟଣାରେ କେବଳ ଶୁଭେନ୍ଦୁ ନୁହେଁ ତା’ ସହିତ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ବିଷୟ ଧରଣୀଧରଙ୍କ ପୁତ୍ର ପ୍ରଦୀପ ଓ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାହିଁକି ନା ଜଣେ ଜୀବିତ ବ୍ୟକ୍ତିକୁ ଜଣିଏ ଲୋକ ରଶି ଲଗାଇ ହତ୍ୟା କରିବା ସମ୍ଭବ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.