Home ଜିଲ୍ଲା ପରିକ୍ରମା ରାଜ୍ୟସଭା ସାଂସଦଙ୍କ ଦ୍ୱାରା ଉର୍ସ କମିଟି କର୍ମକର୍ତ୍ତା ସମ୍ବର୍ଦ୍ଧିତ

ରାଜ୍ୟସଭା ସାଂସଦଙ୍କ ଦ୍ୱାରା ଉର୍ସ କମିଟି କର୍ମକର୍ତ୍ତା ସମ୍ବର୍ଦ୍ଧିତ

108

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସ୍ଥିତ ଖାନକା ସରିଫ ପରିସରରେ ପୀରବାବା ହଜରତ ମୁଜାହିଦ୍‌-ଏ-ମିଲତ ଆଲହାଜ ମୌଲାନା ହବିବୁର ରହେମାନଙ୍କ ୪୨ତମ ଉତ୍ସବ ଦୁଇଦିନ ଧରି କୋଭିଡ୍ କଟକଣାରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସାଂସଦ ମୋଜିବୁଲ୍ଲା (ମୁନ୍ନା) ଖାଁ ଧାମନଗର ଖାନକା ସରିଫ ପରିଦର୍ଶନ କରି ପୀରବାବାଙ୍କ ଆସ୍ଥାନ ଉପରେ ଚାଦର ଚଢାଇ ଦର୍ଶନ କରିଥିଲେ । ପରେ ଖାନକା ଅଫିସ୍ ପରିସରରେ କମିଟିର କର୍ମକର୍ତ୍ତା ଉପସଭାପତି ମୌଲାନା ସୟଦ ମହମ୍ମଦ ମୁସ୍ତାଫା ରଜା ହବିବି, ସଂପାଦକ ଏମ୍‌ଡି ଇସ୍ରାଇଲ୍ ହବିବ୍‌, ସହ ସଂପାଦକ ସେକ୍ ଆବଦୁର ରହେମାନ, ବରିଷ୍ଠ ସଦସ୍ୟ ଏମ୍‌ଡି ଫଜଲେ ବାରି, ମାଷ୍ଟର ସେକ୍ ମାନୱର ଅହେମ୍ମଦ, ହାଜି ମୌଲାନା ଗୋଲାମ ହୋସେନ, ସେକ୍ ମୋହିଉଦ୍ଦିନ୍‌, ସେକ୍ ଗୋଲାମ ଅଲ୍ଲୀ, ସେକ୍ ଜାଫର ଅଲ୍ଲୀଙ୍କ ସମେତ ଅନ୍ୟ ସଦସ୍ୟ ପ୍ରମୁଖଙ୍କ ଦୀର୍ଘଦିନ ଧରି ଶୃଙ୍ଖଳିତ କାର୍ଯ୍ୟଶୈଳୀ ଓ ପରିଚାଳନାରେ ସନ୍ତୁଷ୍ଟ ହୋଇ ପ୍ରମୁଖ କର୍ମକର୍ତ୍ତାଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.