Home ଜିଲ୍ଲା ପରିକ୍ରମା କୋର୍ଟ ଅବଜ୍ଞାକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି – ଏସପିଙ୍କଠାରେ ଇଚ୍ଛାପୁର ଦମ୍ପତିଙ୍କ ଫେରାଦ

କୋର୍ଟ ଅବଜ୍ଞାକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି – ଏସପିଙ୍କଠାରେ ଇଚ୍ଛାପୁର ଦମ୍ପତିଙ୍କ ଫେରାଦ

122

ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): କୋର୍ଟ ରାହିତାଦେଶ ଥିବା ସତ୍ତ୍ୱେ ବିବାଦୀୟ ଜମିରେ ଅଭିଯୁକ୍ତମାନେ ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ନେଇ ବାଲେଶ୍ୱର ଏସପିଙ୍କଠାରେ ଆପତ୍ତି ଜଣାଇଛନ୍ତି ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଚ୍ଛାପୁର ଅଞ୍ଚଳର ଦମ୍ପତି ସୁଧାଂଶୁ ଶେଖର ପଣ୍ଡା ଓ ତାଙ୍କ ପତ୍ନୀ। ତାଙ୍କ ବଡ଼ଭାଇ ଗଦାଧର ପଣ୍ଡା ତାଙ୍କ ଜମିକୁ ଜବର ଦଖଲ କରିବା ଓ ତାଙ୍କ ପରିବାରକୁ ମାରଧର କରିବାକୁ ନେଇ ସୁଧାଂଶୁ ପୂର୍ବରୁ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଆପୋସ ସମାଧାନ କରିବା ସହ ସୁଧାଂଶୁଙ୍କ ଜମି ଫେରାଇ ଦେବାକୁ ଗଦାଧରଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ। ପରେ ଗଦାଧର ପୁଣି ସେହି ଜମିରେ ଘର ନିର୍ମାଣ ଆରମ୍ଭ କରିବା ଦେଖି ସୁଧାଂଶୁ ବାଲେଶ୍ୱର ଅଦାଲତରେ ଏକ ମାମଲା ଦାଏର କରିଥିଲେ। ଅନ୍ତରୀଣ ଶୁଣାଣିରେ ମାନ୍ୟବର କୋର୍ଟ ରହିଦାଦେଶ ପ୍ରଦାନ ସହ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହାକୁ ଅବମାନନା କରି ଗଦାଧର ଘର ନିର୍ମାଣ କାର୍ଯ୍ୟ ଜାରି ରଖିବା ଦେଖି ସୁଧାଂଶୁ ଥାନାରେ ଜଣାଇବା ସହ କୋର୍ଟ ଅର୍ଡ଼ର ବି ଦେଖାଇଥିଲେ। ମାତ୍ର୍ର ଥାନାଧିକାରୀ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଫଳରେ ଗଦାଧର ଅଧିକ କ୍ରିୟାଶିଳ ହୋଇ ଘର ନିର୍ମାଣ କରିବାରେ ଲାଗିଛି। ଏମିତିକି ଏହାକୁ ବିରୋଧ କରିବା ଯୋଗୁଁ ସୁଧାଂଶୁଙ୍କ ପରିବାକୁ ସେ ମାଡ଼ ମାରିଥିବା ଗଦାଧର ଏସପିଙ୍କୁ ଜଣାଇଛି। ଏନେଇ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ସେ ଏସପିଙ୍କୁ ଜଣାଇ ଏକ ଦରଖାସ୍ତ ବି ଦେଇଛି। ଯଦି ପୁଲି କିଛି ନ ବୁଝେ ତେବେ ନ୍ୟାୟ ପାଇଁ ଆଗାମୀ ଦିନରେ ସେମାନେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.