Home ଜିଲ୍ଲା ପରିକ୍ରମା କୋରୋନାର ମୁକାବିଲା ପାଇଁ ଯାଜପୁର ଜିଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ

କୋରୋନାର ମୁକାବିଲା ପାଇଁ ଯାଜପୁର ଜିଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ

136

ଯାଜପୁର୨୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରୋନାର ମୁକାବିଲା ପାଇଁ ଯାଜପୁର ଜିଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଟିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବୈଠକରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ଯୋଗ ଦେଇ କୋରୋନାର ମୁକାବିଲା କରିବା ପାଇଁ ସମସ୍ତ ଜନପ୍ରତିନିଧିଙ୍କ ସହଯୋଗ ଆବଶ୍ୟକ ବୋଲି ମତ ଦେଇଥିଲେ । ପ୍ରତ୍ୟେକ ଜନପ୍ରତିନିଧି ନିଜ ନିଜ ଅଞ୍ଚଳରେ ଜନସାଧାରଣଙ୍କୁ କୋରୋନାର ଭୟାବହତା ସଂପର୍କରେ ଅବଗତ କରିବାକୁ ନିଷ୍ପତି ହୋଇଥିଲା । ଯାଜପୁର ଜିଲ୍ଲାରେ ବର୍ତମାନ ସୁଦ୍ଧା ରାଜ୍ୟ ଓ ଦେଶ ବାହାରୁ ଆସିଥିବା ୪୧୯ ଜଣ ଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ସଙ୍ଗରୋଧ ରହିବାକୁ ପରାମର୍ଶ ଦିଆଯାଇଛି ।ଜିଲ୍ଲାର ୨ ଜଣ ସନ୍ଦିଗ୍ଧଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା କିନ୍ତୁ ଉଭୟ ରିପୋର୍ଟ ନେଗେଟିଭ ବାହାରିଛି । କୌଣସି ସ୍ଥାନରେ ଜନଗହଳି ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଆଇନକୁ ଭଙ୍ଗୁଥିବା ଅଭିଯୋଗରେ ଆଜି ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.