Home କୋରାପୁଟ କୋରାପୁଟ ହସପିଟାଲରେ ରହିଥିବା ବର୍ଜ୍ୟବସ୍ତୁ କୁଣ୍ଡରେ ପଡିଥିବା ଗାଈକୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

କୋରାପୁଟ ହସପିଟାଲରେ ରହିଥିବା ବର୍ଜ୍ୟବସ୍ତୁ କୁଣ୍ଡରେ ପଡିଥିବା ଗାଈକୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

133

କୋରାପୁଟ ; ତା୧୬-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲର ମାତୃ ଓ ଶିଶୁ ୟୁନିଟ ପଛପଡେ କରାଯାଇଥିବା ଏକ ବର୍ଜ୍ୟବସ୍ତୁ କୁଣ୍ଡରେ ଏକ ଗାଈ ପଡିଯାଇ ବୁଡିଯାଇଥିଲା ।ଏହି ଖବର ପାଇବା ପରେ ସୁରକ୍ଷାକର୍ମି ସୁପରଭାଇଜର ତପନ ଭତ୍ରା ତତକ୍ଷଣାତ ଅଗ୍ନିଶମ ବିଭାଗକୁ ଅବଗତ କରାଯାଇଥିଲେ ।ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।ପ୍ରାୟ ୧୦ ମିନିଟ ପରେ ଗାଈଟିକୁ ଉଦ୍ଧାର କରାଯାଇଥିଲା ।ବର୍ଜ୍ୟବସ୍ତୁ କୁଣ୍ଡଟିରେ ହସପିଟାଲର ସମସ୍ତ ଓାର୍ଡରୁ ବାହାରୁଥିବା ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ପକାଯାଇଥାଏ ।ଏଠାରେ ପାଚେରୀ ନ ଥିବାରୁ ଗାଈମାନେ ଭିତରକୁ ଖାଦ୍ୟ ନିମନ୍ତେ ପଶିଯାଇଥାନ୍ତି ।ଉକ୍ତ କୁଣ୍ଡଟି ଗଭୀର ଥିବାରୁ ଓ ବର୍ଷାଜଳ ପ୍ରବେଶ କରିଥିବାରୁ ଗାଈଟି ଭିତରକୁ ପଶି ବାହାରିପାରି ନ ଥିଲା ।କାହିଁକି ଏତେ ବଡ ଗାତ କରାଗଲା ଓ ପାଚେରୀ କରାଗଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।ମାସକ ଭିତରେ ୨ ଟି ଗାଈ ଖାଦ୍ୟ ଅନ୍ନେଷଣରେ ହସପିଟାଲ ପରିସରରେ ପ୍ରବେଶ କରି ଅନ୍ୟାନ୍ୟ ଗାତରେ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି ।ହସପିଟାଲ ମଧ୍ୟରେ ରହିଥିବା ଗାତ ଗୁଡିକ ତୁରନ୍ତ ମାଟିଭର୍ତି କରିବାକୁ ଦାବି ହେଉଛି ।ବର୍ଜ୍ୟବସ୍ତୁକୁଣ୍ଡରୁ ବର୍ଜ୍ୟବସ୍ତୁ ବାହାର କରି ଉକ୍ତ କୁଣ୍ଡଟିକୁ ମାଟିଦ୍ୱାରା ପୋତି ଦେବାକୁ ମଧ୍ୟ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.