Home କୋରାପୁଟ ପଥର କ୍ୱାରୀ ବିସ୍ଫୋରଣରେ ଶ୍ରମିକ ମୃତ

ପଥର କ୍ୱାରୀ ବିସ୍ଫୋରଣରେ ଶ୍ରମିକ ମୃତ

84

କୋରାପୁଟ ; ତା୧୬-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା କୋଟପାଡ ଥାନା ଅନ୍ତର୍ଗତ ଚିତ୍ରା ଗ୍ରାମ ନିକଟରେ ଥିବା ଏକ ପଥର କ୍ୱାରୀରେ ବିସ୍ଫୋରଣ ଘଟି ସୋମବାର ଅପରାହ୍ନରେ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି । ମୃତ ଶ୍ରମିକ କୁସୁମୀ ଅଂଚଳର ନିରଂଜନ ନାୟକ(୧୮) ବୋଲି ଜଣା ପଡିଛି । ନିରଂଜନ ସ୍ଥାନୀୟ ଏକ ପଥର କ୍ୱାରୀରେ ଦିନ ମଜୁରିଆ ଶ୍ରମିକ ଭାବେ କାମ କରି ଆସୁଥିଲେ । ଆଜି ଶ୍ରମିକ ମାନେ କ୍ୱାରୀରେ କାମ କରୁଥିବାବେଳେ ଅଚାନକ ବିସ୍ପୋରଣ ହୋଇଥିଲା । ଫଳରେ ନିରଂଜନ ଗୁରୁତର ଆହତ ହୋଇଥିଲେ । ନିରଂଜନକୁ ଜୟପୁର ଜିଲା ମୁଖ୍ୟ ଚିକିସôାଳୟକୁ ନିଆ ଯାଇଥିଲା ହେଲେ ସେଠାରେ ଚିକିସôାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କୋଟପାଡ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଉକ୍ତ କ୍ୱାରୀରେ କମ କ୍ଷମତାର ବିସ୍ଫୋରକ ବ୍ୟବହାର ନିମନ୍ତେ ଅନୁମତି ଥିବାବେଳେ ମାଲିକ ବେଆଇନ ଭାବେ ଉଚ କ୍ଷମତା ସମ୍ପନ୍ନ ବିସ୍ଫୋରକ ବ୍ୟବହାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନା ଥାଉକି ଗତବର୍ଷ ତେଲେଙ୍ଗିରୀ ପ୍ରକଳ୍ପ ନିକଟ ବୋରିପୁଟ ପଥର ଖାଦାନରେ ବିସ୍ଫୋରଣ ହେବାରୁ ଦୁଇଜଣ ପୋକଲିନ ଅପରେଟର ପ୍ରାଣ ହରାଇଥିଲେ । କୋରାପୁଟ ଜିଲାରେ ଏପରି ଅନେକ ବେଆଇନ ପଥର ଖାଦାନ ଚାଲୁଥିବାବେଳେ କୌଣସି ଅନୁମତି ନଥାଇ ଅତି ବିପଦ ଜନକ ସ୍ଥିତିରେ ପଥର ବିସ୍ଫୋରଣ କରା ଯାଉଥିବା ଅଭିଯୋଗ କରା ଯାଉଛି । ଏଭଳି ବେଆଇନ କାର୍ଯ୍ୟ ଦୁର୍ଗମ ଅଂଚଳରେ କରାଯାଉଥିବାରୁ ପ୍ରଶାସନ କିମ୍ବା ପୁଲିସ କର୍ତୂର୍ପକ୍ଷଙ୍କ ଦୃଷ୍ଟିକୁ ଆସୁନଥିବାବେଳେ ତଳିଆ କର୍ମଚାରୀ ମୋଟା ଅଙ୍କର ହାତଗୁଂଜା ନେଇ ବେଆଇନ ବ୍ଲାଷ୍ଟିଂ ପାଇଁ ସହାୟତା କରୁଥିବା ମଧ୍ୟ ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.