Home ଓଡ଼ିଶା ଅନ୍ଧ ବିଶ୍ଵାସର କରୁଣ ପରିଣତି : ସ୍ୱାମୀ, ସ୍ତ୍ରୀଙ୍କୁ ହତ୍ୟା

ଅନ୍ଧ ବିଶ୍ଵାସର କରୁଣ ପରିଣତି : ସ୍ୱାମୀ, ସ୍ତ୍ରୀଙ୍କୁ ହତ୍ୟା

630

ବଲାଙ୍ଗୀର ୧୬-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଥାନା ଅନ୍ତର୍ଗତ ଟିଟିକମାଲ ଗ୍ରାମର ସ୍ୱାମୀ, ସ୍ତ୍ରୀଙ୍କୁ ଜଘନ୍ୟ ହତ୍ୟା କରିବା ଘଟଣା ନେଇ ଆଲୋଚନା ହେଉଥିବା ବେଳେ ତିନି ଜଣ ଅଭିଯୁକ୍ତ ଥାନାରେ ଆତ୍ମ ସମର୍ପଣ କରିଛନ୍ତି। ତେବେ ଉକ୍ତ ଗ୍ରାମରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗତ କିଛି ଦିନରୁ ହତ୍ୟାର ଶିକାର ସ୍ୱାମୀ ଚିନ୍ତାମଣି ବାରିହାଙ୍କ ସ୍ତ୍ରୀ ରୁକ୍ମିଣୀ ବରିହା ଗୁଣି କରି ଗ୍ରାମର ନିଜ ସମ୍ପର୍କୀୟଙ୍କୁ ଓ ଅନ୍ୟ କିଛି ପରିବାରଙ୍କୁ ଶିକାର କରୁଥିବା ନେଇ ଚର୍ଚ୍ଚା ହେଉଥିଲା। ଚିନ୍ତାମଣିଙ୍କ ସାନ ଭାଇଙ୍କ ପୁଅ ନାରାୟଣ ବାରିହା ଏ ନେଇ ଦୁଇ ଦିନ ତଳେ ପାଟିତୁଣ୍ଡ କରିଥିଲେ। ଘରେ ବିଭିନ୍ନ ରୋଗ ଲାଗିରହିବା ଓ ନା ନା ସମସ୍ୟା ମାନ ଲାଗିବା ତଥା ଅନ୍ୟ ପରିବାରର କିଛି ଲୋକ ଏପରି ଅଭିଯୋଗମାନ କରି ରାଗ ରଖିଥିଲେ। ଅଭିଯୁକ୍ତ ନାରାୟଣ ଓ ଆଉ ତିନି ଜଣ ମିଶି ଯୋଜନା ବଦ୍ଧ ଭାବେ ଉକ୍ତ ରୁକ୍ମିଣୀ ଓ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ଏ ନେଇ ନିଜ ଦୋଷ ସ୍ବୀକାର କରିଥିବା ବେଳେ ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକାରୀ ନିଜେ ଘଟଣା ର ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.