Home କୋରାପୁଟ କୋରାପୁଟ ଜିଲ୍ଲାପାଳ , ଏଡିଏମ ,ଉପଜିଲ୍ଲାପାଳ ଓ ଏସପି କୋଭିଡ ଟୀକା ନେଲେ

କୋରାପୁଟ ଜିଲ୍ଲାପାଳ , ଏଡିଏମ ,ଉପଜିଲ୍ଲାପାଳ ଓ ଏସପି କୋଭିଡ ଟୀକା ନେଲେ

28

କୋରାପୁଟ ୦୬-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ୨ୟ ପର୍ଯ୍ୟାୟ କୋଭିଡ ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି ।କୋରାପୁଟ ସଂସ୍କୃତିଭବନ ପରିସରରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ ।ପ୍ରଥମେ ଜିଲ୍ଲାପାଳ ଶ୍ରୀ ମିଶ୍ର ଟୀକା ନେଇଥିଲେ ।ଏହାପରେ କୋରାପୁଟ ଏଡିଏମ ଦେବେନ କୁମାର ପ୍ରଧାନ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ଓ ଅନ୍ୟାନ୍ୟ ଅଧିକାରୀ ଟୀକା ନେଇଥିଲେ ।ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ , ବିଭାଗୀୟ ଅଧିକାରୀ ପି.କେ.ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।ସେହିପରି କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏସପି ବରୁଣ ଗୁଣ୍ଡୁପାଲି ପ୍ରଥମେ ଟୀକା ନେବାପରେ ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ ,ପୋଲିସ ଆରଆଇ ସୁବାସ ଚନ୍ଦ୍ର ନାୟକ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଟୀକା ନେଇଥିଲେ ।ଟୀକା ନେବା ପରେ କୈାଣସି ପାଶ୍ୱର୍ ପ୍ରତିକ୍ରୀୟା ଦେଖାଯାଇ ନ ଥିଲା ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।ସମସ୍ତେ ଟୀକା ନେବାକୁ ସେ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.