Home କୋରାପୁଟ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା ଓ  ଦାବିପତ୍ର ପ୍ରଦାନ

କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା ଓ  ଦାବିପତ୍ର ପ୍ରଦାନ

37

କୋରାପୁଟ ୧୪-୧୨(ଓଡିଆ ପୁଅ /ରଂଜନ ଦାସ)ଭୁବନେଶ୍ୱରସ୍ଥିତ ଓଡିଶା ପ୍ରଦେଶ କଂଗ୍ରେସ ଭବନରେ ପୋଲିସର ଅନୁପ୍ରବେଶ ପ୍ରତିବାଦରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଶତାଧିକ ପୁରୁଷ,ମହିଳା ,ଯୁବକ ଓ ଛାତ୍ରମାନେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ ସଭା କରିଥିଲେ ।ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ନେତୃତ୍ୟରେ କଂଗ୍ରେସ ନେତା ଓ କର୍ମମାନେ ମାଉସୀମା ଛକରୁ ଏକ ଶୋଭାଯାତ୍ରାରେ ଆସି ଏସପିଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ସହ ପ୍ରତିବାଦ ସଭାରେ ବିଭିନ୍ନ ନେତାମାନେ କଂଗ୍ରେସ ଭବନରେ ପୋଲିସର ଅନୁପ୍ରବେଶକୁ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।ଜୟପୁର ବିଧାୟକ ଶ୍ରୀ ବାହିନିପତିଙ୍କ ନେତୃତ୍ୟରେ କିଛି ନେତାମାନେ ଏସପି ବରୁଣ ଗୁଣ୍ଠୁପାଲ୍ଲିଙ୍କୁ ଭେଟି ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ,ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସଂପାଦକ ରାକେଶ ସାହୁ ,ରାଜ୍ୟ ଯୁବ କଂଗ୍ରେସ ସଂପାଦକ ରମେଶ ଖରା,ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟନାୟକ ,ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥ,ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ବିନୋଦ ମହାପାତ୍ର ,କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି , କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଜଗଦୀଶ ଖୋସଲା,ପୂର୍ବତନ କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି , କୋରାପୁଟ ନଗର କଂଗ୍ରେସ କମିଟି ସଭାପତି ଜୟନ୍ତ କଚିନ,କୋରାପୁଟ ବ୍ଲକ ସଭାପତି ରମେଶ ବାଖ୍ୟା,ପୂର୍ବତନ କାଉନସିଲର ବିଜୟ କୁମାର ରାଓ, କୃଷ୍ଣ କୁଲଦୀପ,ସଞ୍ଜୁ ନାୟକ,ସୁନୀତା ମୁଦୁଲି,ଗୋପି ପଳେଇ ,ବେଣୁ ପାତ୍ର,ଅର୍ଜୁନ ବାଙ୍କା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଛାତ୍ରକଂଗ୍ରେସ ତରଫରୁ  ଗତ ୧୦ ତାରିଖରେ ଆନ୍ଦୋଳନ କରାଯାଇଥିଲା ।ସେହିଦିନ ପୋଲିସ ପକ୍ଷରୁ କଂଗ୍ରେସ ଭବନରେ ଅନୁପ୍ରବେଶ କରି ଲାଠି ଚାର୍ଜ କରିଥିଲା ବୋଲି ଜୟପୁର ବିଧାୟକ ଶ୍ରୀ ବାହିନିପତି ଅଭିଯୋଗ କରିଥିଲେ । ଛାତ୍ରମାନେ ପଥର ମାଡ କରିଥିଲେ ବୋଲି ପୋଲିସ ତରଫରୁ କୁହାଯାଉଥିବା  ବେଳେ ଏହା ଯଦି ସତ୍ୟ ପ୍ରମାଣିତ ହୁଏ  ତେବେ ସେ ରାଜନୀତିରୁ ଅବ୍ୟାହାତ ନେବେ ବୋଲି ଶ୍ରୀ ବାହିନିପତି ପ୍ରକାଶ କରିଛନ୍ତି । ଯଦି ନ ହୁଏ ତେବେ ପୋଲିସ କମିଶନରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.