Home କୋରାପୁଟ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧିକ୍ଷକଙ୍କୁ ରାଜ୍ୟ ସରକାର ପରିବର୍ତ୍ତନ...

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧିକ୍ଷକଙ୍କୁ ରାଜ୍ୟ ସରକାର ପରିବର୍ତ୍ତନ କଲେ

316

କୋରାପୁଟ ; ୧୪-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧିକ୍ଷକ ପ୍ରଫେସର ଡାକ୍ତର କ୍ଷେତ୍ରବାସୀ ସୁବୁଦ୍ଧିଙ୍କୁ ରାଜ୍ୟ ସରକାର ପରିବର୍ତ୍ତନ କରିଥିବା ଜଣାପଡିଛି।ନିଶ୍ଚେତକ ବିଭାଗର ପ୍ରଫେସର ଡାକ୍ତର ହରେକୃଷ୍ଣ ଦଳେଇଙ୍କୁ ଅଧିକ୍ଷକ ଭାବେ ଦାୟିତ୍ୱ ନେବାକୁ ଗତକାଲି ସ୍ୱାସ୍ଥ୍ୟ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡିଛି। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପ୍ରଫେସର ଭାବେ ଡାକ୍ତର ସୁବୁଦ୍ଧି କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।୩ ଜଣ ଆସୋସିଏଟ ପ୍ରଫେସରଙ୍କୁ କୋରାପୁଟ କଲେଜକୁ ବଦଳି କରାଯାଇଥିବା ଜଣାପଡିଛି।ସେମାନେ ହେଲେ ଡାକ୍ତର ସରିତା ପଣ୍ଡା (ଚକ୍ଷୁ), ଡାକ୍ତର ସତ୍ୟଜିତ ସାମଲ(ଭେଷଜତତ୍ୱ) ଓ ଡାକ୍ତର ଶିବବ୍ରତ କର(ସର୍ଜରୀ)।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.