Home Top News ପାଖେଇ ଆସିଲାଣି ଅତି ଭୟଙ୍କର ବାତ୍ୟା “ୟାସ୍‌” ପାରଦୀପ ଠାରୁ ୧୮୦ କିମି ଦୂରରେ –...

ପାଖେଇ ଆସିଲାଣି ଅତି ଭୟଙ୍କର ବାତ୍ୟା “ୟାସ୍‌” ପାରଦୀପ ଠାରୁ ୧୮୦ କିମି ଦୂରରେ – ଖୋଲିଲା ୩୫ କିମି ବ୍ୟାସାର୍ଦ୍ଧ ବିଶିଷ୍ଟ ଆଖି

141

ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ଭୟଙ୍କର ବାତ୍ୟା ୟାସ ଘନୀଭୂତ ହୋଇ ଅତି ଭୟଙ୍କର ରୂପ ଧାରଣ କରିଛି। ଏହା ଏବେ ପାରଦୀପ ଠାରୁ ୧୮୦ କିମି ଓ ବାଲେଶ୍ୱର ଠାରୁ ୨୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି। ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୧୨୦ରୁ ୧୪୫ କିମି ବେଗରେ ପବନ ବହିବାରେ ଲାଗିଛି।

ବାତ୍ୟା ୟାସର ଆଖି ୩୫ କିମି ବ୍ୟାସାର୍ଦ୍ଧ ବିଶିଷ୍ଟ
ଏହା ପାରାଦୀପ ସ୍ଥିତ ଡପଲର ରାଡାରରେ କଏଦ ହୋଇଛି। ବାତ୍ୟା ୟାସର ଆଖି ୩୫ କିମି ବ୍ୟାସାର୍ଦ୍ଧ ବିଶିଷ୍ଟ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ସମୁଦ୍ର ଜୁଆର ୪ ମିଟରରୁ ଅଧିକ ରହିବ
ଆସନ୍ତାକାଲି ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆର ଅଧିକ ରହିବ। ଆଶଙ୍କା କରାଯାଉଛିଯେ, ସମୁଦ୍ରର ଜୁଆର ୨-୪ ମିଟର ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ୟାସ୍, ପରବର୍ତ୍ତୀ ପ୍ୟାୟ କିଛି ଘଣ୍ଟା ମଧ୍ୟରେ ଏକ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ, ଆହୁରି ତୀବ୍ର ହେବ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ, ଧାମରା ଏବଂ ଦକ୍ଷୀଣ ବାଲେଶ୍ୱର ପାଖାପାଖି ୨୬ ମଇ ସକାଳ ସୁଦ୍ଧା ପହଞ୍ଚିବ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ପବନର ବେଗ
ଆଜି ସଂଧ୍ୟାରେ ପବନର ବେଗ ବୃଦ୍ଧି ପାଇ ୧୪୫-୧୫୫ ଝଟକା ୧୭୦ କିମି ପ୍ରତିଘଣ୍ଟା ହୋଇ ଅତି ଭୟଙ୍କର ବାତ୍ୟା ଭାବରେ ଆଗକୁ ବଢ଼ୁଛି। ଆସନ୍ତା କାଲି ସକାଳ ସାଢ଼େ ପାଞ୍ଚଟା ବେଳକୁ ୧୫୫-୧୬୫ କିମି ପ୍ରତି ଘଣ୍ଟା ଏବଂ ଝଟକା ୧୮୫ କିମି ପ୍ରତି ଘଣ୍ଟାରେ ସ୍ଥଳଭାଗ ଛୁଇଁ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ପରେ ଏହା ୨୬ ତାରଖ ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳକୁ ପବନର ବେଗ ୧୨୦-୧୩୦ କିମି ପ୍ରତି ଘଣ୍ଟା ଏବଂ ଝଟକା ୧୪୫ କିମି ପ୍ରତି ଘଣ୍ଟାରେ ଅତି ଭୟଙ୍କର ବାତ୍ୟା ଭାବରେ ଆଗକୁ ବଢ଼ିବ। ୨୭ ତାରିଖ ସକାଳେ ଏହାର ବେଗ କମି ୫୫-୬୫ କିମ୍ ପ୍ରତି ଘଣ୍ଟା ଏବଂ ଝଟକା ୭୫ କିମି ପ୍ରତି ଘଣ୍ଟାରେ ବହିବ।

ଚେତାବନୀ:
(୧) ବର୍ଷା:

୨୫ ତାରିଖରେ କୋଷ୍ଟାଲ୍ ଓଡିଶାର ବିଭିନ୍ନ ସ୍ଥାନରେ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେଥିପାଇଁ ପ୍ରଭାବିତ ଜିଲ୍ଲା କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାପାଇଁ ରେଡ୍‌ ଆଲର୍ଟ ଜାରୀ କରାଯାଇଛି।
୨୬ ତାରିଖରେ ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର ଏବଂ ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ।
୨୭ ମଇରେ ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସୁନ୍ଦରଗଡ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ବାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.