Home କୋରାପୁଟ କୋରାପୁଟ ସହରର କହ୍ନେଇପୁଟରେ ଗୋଷ୍ଠୀ କେନ୍ଦ୍ର ଓ ମାଇକ୍ରୋ କାର୍ଯ୍ୟକଳାପ କେନ୍ଦ୍ର ଉଦଘାଟିତ

କୋରାପୁଟ ସହରର କହ୍ନେଇପୁଟରେ ଗୋଷ୍ଠୀ କେନ୍ଦ୍ର ଓ ମାଇକ୍ରୋ କାର୍ଯ୍ୟକଳାପ କେନ୍ଦ୍ର ଉଦଘାଟିତ

33

କୋରାପୁଟ ୦୪-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରର କହ୍ନେଇପୁଟର ରଣାସାହିରେ ଗୋଷ୍ଠୀ କେନ୍ଦ୍ର ଓ ଅନୁସୂଚିତ ଜାତି ସାହିରେ ମାଇକ୍ରୋ କାର୍ଯ୍ୟକଳାପ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି ଉକଥଳ ରଂଜନ ନାୟକ ,କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି,ପୂର୍ବତନ କାଉନସିଲର ଦିଲିପ ରଥ , ବିଜେଡି ଜୋନ ସଭାପତି ତଥା ଆଇନଜୀବୀ ସିମାଞଳ ମିଶ୍ର ଓ ନଗର  ବିଜେଡି ସଭାପତି ସୁରେଶ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.