Home କୋରାପୁଟ ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଭିଏସ ବିଦ୍ୟାଳୟର ଶତ ପ୍ରତିଶତ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ

ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଭିଏସ ବିଦ୍ୟାଳୟର ଶତ ପ୍ରତିଶତ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ

48

କୋରାପୁଟ ୦୪-୦୮(ଓଡିଆ ପୁଅ /ରଂଜନ ଦାସ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରକାଶିତ ଦ୍ୱାଦଶ ବିଜ୍ଞାନ ପରୀକ୍ଷାରେ ସୁନାବେଡା ମିଗନଗରୀସ୍ଥିତ ଭିଏସ ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ଜଣାପଡିଛି ।ବିଦ୍ୟାଳୟର ୫୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ ଜଣ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଜଣାପଡିଛି ।ଅଙ୍କିତା ପଣ୍ଡା ସର୍ବାଧିକ୯୫.୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଥିବା ବେଳେ ଅନୁପମ ଗିରି ୯୫.୨ ପ୍ରତିଶତ ରଖି ଦ୍ୱିତୀୟ ଓ ସମୀକ୍ଷା ମଢୁଆଳ ୯୪.୪ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି ।ବିଦ୍ୟାଳୟର ସଫଳତା ପାଇଁ ଏରୋନଟିକସ ଏଜୁକେସନ ସୋସାଇଟିର ସଂପାଦକ ସୁଦୀପ୍ତ ଚାଟାର୍ଜି,ଭିଏସ ବିଦ୍ୟାଳୟର ସଂପାଦକ ତନବିର ଆଲାମ ,ବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ସେଠ  ଓ ଉପାଧ୍ୟକ୍ଷ ପି.କେ.ମିଶ୍ର ଛାତ୍ରଛାତ୍ରୀ , ଶିକ୍ଷକ ,ଶିକ୍ଷୟତ୍ରୀ ଏବଂ ଅଭିଭାବକମାନଙ୍କୁ ଶୁଭେଛା ଜଣେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.