Home କୋରାପୁଟ  କୋରାପୁଟ ବିଧାୟକ ପୂଜାରୀପୁଟସ୍ଥିତ ରାମ ମନ୍ଦିର ପରିଦର୍ଶନ କଲେ

 କୋରାପୁଟ ବିଧାୟକ ପୂଜାରୀପୁଟସ୍ଥିତ ରାମ ମନ୍ଦିର ପରିଦର୍ଶନ କଲେ

36

କୋରାପୁଟ ୦୪-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ପୂଜାରୀପୁଟ ରାମ ମନ୍ଦିରକୁ ଆଜି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ପରିଦର୍ଶନ କରିବା ସହ ନିର୍ମାଣଧିନ ମନ୍ଦିର ସଂପୂର୍ଣ୍ଣ କରିବା ନେଇ କମିଟି ସଦସ୍ୟମାନଙ୍କ  ସହ ଆଲୋଚନା କରିଥିଲେ ।ନିର୍ମାଣଧିନ କାର୍ଯ୍ୟ ଶେଷ କରିବାକୁ ଯାହା ଅର୍ଥ ଦରକାର ତାହା ବିଧାୟକ ପାଣ୍ଠିରୁ ପ୍ରଦାନ କରିବେ ବୋଲି ସେ ପ୍ରତିଶୃତି ଦେଇଥିବା ସଂପାଦକ ଜୟନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି ।କମିଟି ଉପସଭାପତି ଚିରଞିବି ପାତ୍ର ,ଜଳଧର ସ୍ୱାଇଁ ,ସତ୍ୟ ମହାପାତ୍ର,ଗୋବିନ୍ଦ ଚନ୍ଦ୍ର ସାମଲ ,ସୁଧିର ମହାରଣା , କାର୍ତିକେଶ୍ୱର ପଣ୍ଡା , ପ୍ରଶାନ୍ତ କୁମାର ମହାପାତ୍ର ଓ ନଗର ବିଜେଡି ସଭାପତି ସୁରେଶ ପଟନାୟକ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.