Home କୋରାପୁଟ କୋରାପୁଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେ ବାପା ଓ ଜେଜେ ମା ସମ୍ମିଳନୀ

କୋରାପୁଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେ ବାପା ଓ ଜେଜେ ମା ସମ୍ମିଳନୀ

93

କୋରାପୁଟ ୧୯-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜେଜେବାପା ଓ ଜେଜେମା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ସରକାରୀ କଲେଜର ଅବସରପ୍ରାପ୍ତ ଉପାଧ୍ୟକ୍ଷ  ଅମୁଲ୍ୟ ମହାପାତ୍ର ଓ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ବିଜୟା ମହାପାତ୍ର ଅତିଥିଭାବେ ଯୋଗଦେଇଥିଲେ ।ଭାରତୀୟ ଶିକ୍ଷା ପଦ୍ଧତି ପରିବାରରେ ଜେଜେ ବାପା ଓ ଜେଜେ ମାଙ୍କ ଦ୍ୱାରା ବିକଶିତ ହୋଇପାରିବ ବୋଲି ପ୍ରଧାନ ଆଚାର୍ଯ୍ୟ  ଅଲେଖ ଚନ୍ଦ୍ର ଦୋରା ପ୍ରକାଶ କରିଛନ୍ତି ।ପରିବାରରେ ଶିଶୁମାନଙ୍କର ସଂସ୍କାର ସେମାନଙ୍କ ଦ୍ୱାରା ହୋଇଥାଏ ବୋଲି ସେ ସୂଚନା ଦେଇଛନ୍ତିାଏହି ସମ୍ମିଳନୀରେ ୬୦ ରୁ  ଅଧିକା ଜେଜେ ବାପା ଓ ଜେଜେ ମା ଉପସ୍ଥିତ ଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କାମାକ୍ଷା ପ୍ରସାଦ ପାଢୀ ଓ ସଂପାଦକ ପ୍ରଭାତ କୁମାର ମାଝି ଉପସ୍ଥିତ ଥିଲେ ।ଶିଶୁ ବଟିକା ପ୍ରମୁଖ ଦୈାପଦୀ ପ୍ରଧାନ ମଂଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.