Home କେନ୍ଦୁଝର ନିଶାଖାଇ ଗାଡି ନଚଳାଇବାକୁ ସପଥ ନେଲେ ଡ୍ରାଇଭର

ନିଶାଖାଇ ଗାଡି ନଚଳାଇବାକୁ ସପଥ ନେଲେ ଡ୍ରାଇଭର

41

ହାଟଡିହି -୧୯/୧୨, (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଢ଼େଙ୍କା ଠାରେ ଓଡିଶା ଡ୍ରାଇଭର ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଢ଼େଙ୍କା ପଞ୍ଚାୟତର ପଞ୍ଚାତ ସ୍ତରୀୟ କର୍ମକର୍ତ୍ତା ମନୋନୟନ କରାଯାଇଥିବାବେଳେ ଡ୍ରାଇଭର ସଂଘର ଏକତା ବୃଦ୍ଧି ସହିତ ନିଶା ଖାଇ ଗାଡି ନଚଳାଇବାକୁ ଉପସ୍ଥିତ ଡ୍ରାଇଭର ମାନେ ସପଥ ନେଇଛନ୍ତି । ଢ଼େଙ୍କା କାଳୀ ପଡିଆରେ ଅନୁଷ୍ଠିତ ଏହି ଡ୍ରାଇଭର ସମାବେଶରେ ବ୍ଲକ ଆଡମିନ ଲିପୁନ ନାୟକ, ପ୍ରମୋଦ ସାହୁ, ଧନେଶ୍ୱର ସାହୁ, ମୁନା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଡ୍ରାଇଭର ମହାସଂଘର ଏକତା ଉପରେ ଗୁରୁତ୍ୱାରୋପ କରିଥିବାବେଳେ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ । ସଂଘକୁ କିପରି ଦଅଢ଼ିଭୁତ କରାଯିବ ସେନେେଇ ଆଲୋଚନା ମଧ୍ୟ କରିଥିଲେ । ଏହି ଅବସରରେ ଢ଼େଙ୍କା ପଞ୍ଚାୟତର ଆଡମିନ ଭାବେ ଅଶ୍ରୁମୋଚନ ବାରିକ, ସଭାପତି ଭାବେ ଅଜୟ କୁମାର ବିଶ୍ୱାଳ, ସମ୍ପାଦକ ଭାବେ ଜୟଦେବ ଦେହୁରୀ, ଉପଦ୍ଦେଷ୍ଟା ଭାବେ ନିର୍ମଳ କୁମାର ସେଠୀ ପ୍ରମୁଖ ମନୋନୀତ ହୋଇଥିଲେ । ଢ଼େଙ୍କା ପଞ୍ଚାୟତର ଲକ୍ଷ୍ମଣ ମାଝୀ, ଉପେନ୍ଦ୍ର ବିଶ୍ୱାଳ, ଅନାଦି ପାତ୍ର, ଗୌରାଙ୍ଗ ବେହେରା, ଅଶୋକ କୁମାର ପାତ୍ର, ଭାଗବତ ମୁର୍ମୁ, ପର୍ଶୁରାମ ପହି, ସୁରେନ୍ଦ୍ର ଦାସ, ପ୍ରଫୁଲ ପଢ଼ିଆରୀ, ନରେନ୍ଦ୍ର କୁମାର ବାରିକ, ଅଜୟ ନାଇକ, ରଞ୍ଜନ କୁମାର ଖୁଣ୍ଟିଆ, ଜଗବନ୍ଧୁ ଦାସ, ରଞ୍ଜିତ ପରିଡା, କୁଳମଣି ସାହୁ, ବିକ୍ରମ ହାଁସଦା, ଲକ୍ଷ୍ମୀଧର ଦାସ, ସରୋଜ କୁମାର ବେହେରା, ବୈକୁଣ୍ଠ ମଣ୍ଡଳ, ଖେଲା ସୋରେନ, ଶୁକଦେବ ବେହେରା, ଘନଶ୍ୟାମ ନାଇକ, ବିଜୟ କୁମାର ବିଶ୍ୱାଳଙ୍କ ସମେତ ଶତାଧିକ ଡ୍ରାଇଭର ସାମିଲ ହୋଇ ଡ୍ରାଇଭର ପୋଷାକ ପିନ୍ଧି ଗାଡି ଚଳାଇବା, ମଦଖାଇ ଗାଡି ନଚଳାଇବା ସହିତ ନିଜକୁ ସୁରକ୍ଷିତ ରହି ଅନ୍ୟକୁ ସୁରକ୍ଷା ଦେବାପାଇଁ ସପଥ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.