Home କୋରାପୁଟ କୋରାପୁଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ

କୋରାପୁଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ

39

କୋରାପୁଟ ୧୧-୦୮(ଓଡିଆ ପୁଅ/ ରଞ୍ଜନ ଦାସ)ଭାଇ ଭଉଣୀଙ୍କ ସ୍ନେହର ବନ୍ଧନ ହେଉଛି ରକ୍ଷା ବନ୍ଧନ। ଭଉଣୀମାନେ ଭାଇଙ୍କ ଦୀର୍ଘାୟୁ କାମନା କରି ହାତରେ ରାକ୍ଷୀ ବାନ୍ଧି ସ୍ନେହରେ ମିଠା ଖୁଆଇ ଥାଆନ୍ତି।ଭାଇ ମଧ୍ୟ ଭଉଣୀର ସୁରକ୍ଷା ପାଇଁ ବଚନ ଦେଇଥାଏ।ଏହି ପବିତ୍ର ଉତ୍ସବ କୋରାପୁଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଯାଇଛି। ପରିଚାଳନା କମିଟିର ସଭାପତି କାମାକ୍ଷା ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଓଡିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଡ.ଫଗୁନାଥ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ପାଦକ ପ୍ରଭାତ କୁମାର ମାଝି, ସଦସ୍ୟା ସସ୍ମିତା ରାଣୀ ବେହେରା ଯୋଗ ଦେଇଥିବା ବେଳେ ସହ ପ୍ରଧାନ ଆଚାର୍ଯ୍ୟ ରଘୁନାଥ ତାଡ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ରକ୍ଷା ବନ୍ଧନ ଉତ୍ସବ ମହା ଆଡମ୍ବରରେ ପାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.