Home କୋରାପୁଟ କୋରାପୁଟଜିଲ୍ଲାରେ ଆଜାଦି କା ଅମୃତ ମହୋତ୍ସବ ପାଳନ ନିମନ୍ତେ ସମୀକ୍ଷା

କୋରାପୁଟଜିଲ୍ଲାରେ ଆଜାଦି କା ଅମୃତ ମହୋତ୍ସବ ପାଳନ ନିମନ୍ତେ ସମୀକ୍ଷା

36

କୋରାପୁଟ ୧୧-୦୮(ଓଡିଆ ପୁଅ/ ରଞ୍ଜନ ଦାସ) କୋରାପୁଟ ଜିଲ୍ଲାରେ ଆଜାଦି କା ଅମୃତ ମହୋତ୍ସବ ପାଳନ ନିମନ୍ତେ ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା କରଯାଇଛି।ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ବିଡିଓ , ପୌର ପରିଷଦର ସମସ୍ତ ନିର୍ବାହୀ ଅଧିକାରୀ,ମିଶନ ଶକ୍ତି ଡିପିଏମ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ବୋଲି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ସୂଚନା ଦେଇଛନ୍ତି। ଅକ୍ଟୋବର ୧୨ ତାରିଖ ଦିନ ସ୍କୁଲ ସ୍ତରରେ ରଚନା ଓ ଆର୍ଟ ପ୍ରତିଯୋଗିତା ଆୟୋଜନ ହେବା ସହ ନିଶା ମୁକ୍ତି ନିମନ୍ତେ ଶପଥ ପାଠ କାର୍ଯ୍ୟକ୍ରମ ରହିଥିବା ସେ ପ୍ରକାଶ କରିଛନ୍ତି।୧୩ ତାରିଖ ଦିନ ଅଧିକାରୀମାନଙ୍କ ନିମନ୍ତେ ରଚନା ପ୍ରତିଯୋଗିତା ଆୟୋଜନ କରାଯିବ। ସହୀଦ ଲକ୍ଷ୍ମଣ ନାୟକଙ୍କ ନିଜ ଗ୍ରାମ ତେନ୍ତୁଲିଗୁମ୍ମା ଗ୍ରାମରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଏକ ସଭାର ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।ଜଯପୁର ଠାରେ ଶୋଭାଯାତ୍ରା ଓ ଜାତୀୟ ପତାକା ଉତ୍ତୋଳନ କରାଯିବାର କାର୍ଯ୍ୟକ୍ରମ ରହିଥିବା ସେ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ର,ବିଦ୍ୟାଳୟ ଓ କାର୍ଯ୍ୟାଳୟ ନିମନ୍ତେ ଆସନ୍ତାକାଲି ଠାରୁ ମାଗଣାରେ ଜାତୀୟ ପତାକା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅଗଷ୍ଟ ୧୫ ତାରିଖରୁ ଅକ୍ଟୋବର ୨ ତାରିଖ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ । ଯେଉଁଥିରେ ପ୍ରତ୍ୟେକ ବିଭାଗ ସ୍ଵତନ୍ତ୍ର ଭାବେ ସେମାନଙ୍କ କାର୍ଯ୍ୟ ଉପସ୍ଥାପନା କରିବେ ବୋଲି କୁହାଯାଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି।ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ରଥ ଜିଲ୍ଲାରେ ପରିଭ୍ରମଣ କରିବ ବୋଲି ସେ ପ୍ରକାଶ କରିଛନ୍ତି।ବିଭିନ୍ନ ସ୍ଥାନରେ ରଥକୁ ସ୍ଵାଗତ କରାଯିବା ସହ ଲୋକମାନଙ୍କୁ ଏକାଠି କରି ସଭା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.