Home କୋରାପୁଟ କୋରାପୁଟ ବିଜେପି କର୍ମକର୍ତାଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଉ

କୋରାପୁଟ ବିଜେପି କର୍ମକର୍ତାଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଉ

132

କୋରାପୁଟ ୦୮-୦୭(ଓଡିଆ ପୁଅ / ରଂଜନ ଦାସ)ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀତାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି କୋରାପୁଟ ବ୍ଲକ ବିଜେପିର କର୍ମକର୍ତାମାନେ ଏକ ଶୋଭାଯାତ୍ରାରେ କାର୍ଯ୍ୟାଳୟକୁ ଆସି ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନମାନ ଦେଇଥିଲେ ।ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କୋରାପୁଟ ବିଡିଓ ନରେନ୍ଦ୍ର ନାୟକଙ୍କୁ ପ୍ରଦାନ କରିଥିଲେ ।କୋରାପୁଟ ମଣ୍ଡଳ ସଭାପତି ବିଜୟ କୁମାର ଦଳେଇ , ମହାଦେଇପୁଟ ମଣ୍ଡଳ ସଭାପତି ମହିପାଳ ସିଂ ,ମାଥାଲପୁଟ ମଣ୍ଡଳ ସଭାପତି ଚୈତନ୍ୟ ହନ୍ତାଲ ,ପୂର୍ବତନ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର , ବିଜେପି ନେତା ତ୍ରୀପୁରାରୀ ଗରଡା ,ଜି.ସଂଜିବ କୁମାର ,ଅମରେନ୍ଦ୍ର ସେଠୀ ,ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ,ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଭାଗିରଥି ପାଟନିଆ ,ଜିଲ୍ଲା ସଂଯୋଜକ ବଳରାମ ବାରିକଙ୍କ ସହ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.