Home କୋରାପୁଟ କୋରାପୁଟ ଜିଲ୍ଲାରେ ୨୯ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୨୯ଜଣ କରୋନା ପଜିଟିଭ ଚିହ୍ନଟ

22

କୋରାପୁଟ ୦୯-୦୭(ଓଡିଆ ପୁଅ /ରଂଜନ ଦାସ) ଶୁକ୍ରବାର କୋରାପୁଟ ଜିଲ୍ଲାରେ  ୧୦ଜଣ ମହିଳାଙ୍କ ସମେତ   ୨୯ ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୫୨୬ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୪,ଜୟପୁର ପୌରାଂଚଳରୁ ୯ , ସୁନାବେଡା ପୌରାଂଚଳରୁ ୬ ଓ କୋଟପାଡ ଏନଏସିରୁ  ଜଣେ   ପଜିଟିଭ ଚିହ୍ନଟ  ହୋଇଛନ୍ତି ।  ସେହିପରି  ଆଜି  ବୈପାରିଗୁଡା ବ୍ଲକରୁ ୧,ବୋରିଗୁମ୍ମା ବ୍ଲକରୁ ୨,ଜୟପୁର ବ୍ଲକରୁ ୩ ଓ କୋରାପୁଟ ବ୍ଲକରୁ  ଜଣେ ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ନନ୍ଦପୁର ବ୍ଲକରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ ଶୁକ୍ରବାର ଜିଲ୍ଲାର ବନ୍ଧୁଗାଁ, ଦଶମନ୍ତପୁର,କୋଟପାଡ ବ୍ଲକ ସମେତ କୁନ୍ଦୁରା,ଲମତାପୁଟ, ଲକ୍ଷ୍ମୀପୁର,ନାରାୟଣପାଟଣା,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା  ବ୍ଲକରୁ  ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୯  ତାରିଖ ସୁଦ୍ଧା ୪ ଲକ୍ଷ   ୧୬ ହଜାର  ୧୧୬ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୭୮୬୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୫୯୧ ଟି ସକ୍ରୀୟ କେସ ରହିଛି ।  ଜିଲ୍ଲାରେ  ଶୁକ୍ରବାର  ସୁଦ୍ଧା  ମୋଟ ମୃତ୍ୟୁ ସଂଖ୍ୟା ୬୭   ରହିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.