Home କୋରାପୁଟ କୋରାପୁଟ ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ସମାବେଶ

କୋରାପୁଟ ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ସମାବେଶ

39

କୋରାପୁଟ ୨୩-୦୧(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ଏକ ହୋଟେଲରେ ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଯୁବ ବିଜେଡିର ସଭାପତି ଅମିତ ଅଗ୍ରଓାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ , ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା , ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ,ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ,ବିଜେଡି ନେତା ବାଲା ରାୟ , ରଘୁରାମ ମାଛ , ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ ,ରାଜ୍ୟ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ଏ.ଠାକୁର ,ପର୍ଯ୍ୟବେକ୍ଷକ ମଂଟୁ ନାୟକ ,ଜୋନାଲ ସଭାପତି ତାପସ ତ୍ରୀପାଠୀ ପ୍ରମୁଖ ଯୋଗଦେଇ ଯୁବ ଓ ଛାତ୍ର ବିଜେଡିର ଜିଲ୍ଲା ସଭାପତି , ସାଧାରଣ ସଂପାଦକ , ଉପସଭାପତି , ସଂପାଦକ ଓ ବ୍ଲକ ସଭାପତିମାନଙ୍କୁ ଉପଢୈାକନ ଦେଇ ସମ୍ବ୍‌ର୍ଦ୍ଧିତ କରିଥିଲେ ।ଛାତ୍ର ବିଜେଡି ସଭାପତି ଶଶାଙ୍କ ମିଶ୍ର ଯୋଗଦେଇ ପରିଚାଳନାରେ ସହଯୋଗଏ କରିଥିଲେ ।ହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।ସମୁଦାୟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.