Home କୋରାପୁଟ କୋରାପୁଟ ଜିଲ୍ଲା ବିଜେପିର ମୋର ଆଶା ନୁଆ ଓଡିଶା ଜନ ପରାମର୍ଶ ପଦଯାତ୍ରା ରଥ ଶୁଭାରମ୍ଭ

କୋରାପୁଟ ଜିଲ୍ଲା ବିଜେପିର ମୋର ଆଶା ନୁଆ ଓଡିଶା ଜନ ପରାମର୍ଶ ପଦଯାତ୍ରା ରଥ ଶୁଭାରମ୍ଭ

108

କୋରାପୁଟ ; ତା୨୧-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ବିଜେପିର ମୋର ଆଶା ନୁଆ ଓଡିଶା ଜନ ପରାମର୍ଶ ପଦଯାତ୍ରା ଆରମ୍ଭ ହୋଇଯାଇଛି ।କୋରାପୁଟ ବ୍ଲକର ମସ୍ତିପୁଟଠାରେ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପଦଯାତ୍ରା ରଥର ଶୁଭାରମ୍ଭ କରିଥିଲେ ।ମସ୍ତିପୁଟ ପଂଚାୟତର ୨୦ ଟି ଓ ମହାଦେଇପୁଟ ପଂଚାୟତର ୨୨ ଟି ଗ୍ରାମରେ ଏହି ରଥ ପରିଦର୍ଶନ କରି ରାଜ୍ୟ ସରକାରଙ୍କ ୧୮ ବର୍ଷ ଶାସନ ମଧ୍ୟରେ ହୋଇଥିବା ବିଫଳତା ଓ କେନ୍ଦ୍ରର ୪ ବର୍ଷ ଶାସନର ସଫଳତାକୁ ନେଇ ଭୋଟରମାନଙ୍କୁ ସଚେତନତା କରାଇବ ବୋଲି ଜିଲ୍ଲା ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଥିଲେ ।ଏହି ଶୁଭାରମ୍ଭ ବେଳେ ଜି.ସଂଜିବ ରାଓ , ପୂର୍ଣ୍ଣିମା ନାୟକ , ସନ୍ତୋଷ ଦାସ ,ଅକ୍ଷୟ ସାହୁ ,ରମେଶ ପାତ୍ର , ପୂର୍ବ ମାଳି ,କମଲ ଲୋଚନ ମାଛ ପ୍ରମୁଖ ବିଜେପି ନେତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.