Home କୋରାପୁଟ କୋରାପୁଟ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହେଲେ ଲତା ରାୟ

କୋରାପୁଟ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହେଲେ ଲତା ରାୟ

68

କୋରାପୁଟ ୨୭-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ଲତା ରାୟ ମନୋନୀତ ହୋଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି ରାଜ୍ୟ ବିଜୁ ମହିଳା ଜନତା ଦଳର ସଂପାଦକ ଭାବେ ମନୋନୀତ ହୋଇଥିବା  ବେଳେ କୋରାପୁଟ ଜୋନ ସଭାନେତ୍ରୀ ଭାବେ ରୀତା ପାଣିଗ୍ରାହୀ ମନୋନୀତ ହୋଇଥିବା ଜଣାପଡିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳ ସଭାପତି  ନବୀନ ପଟନାୟକଙ୍କୁ ଲତା , ତୁଲସି ଓ ରୀତା ଧନ୍ୟବାଦ ଜଣେଇଛନ୍ତି । କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , କୋରାପୁଟ ବିଧାୟକ ରଘୁରାମ ପଡାଲ , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି , ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ଅମିତ ଅଗ୍ରଓାଲ ପ୍ରମୁଖ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଲତା ରାୟ , ରାଜ୍ୟ ବିଜୁ ମହିଳା ଜନତା ଦଳ ସଂପାଦକ ତୁଲସି କିରସାନି ଓ କୋରାପୁଟ ଜୋନ ସଭାନେତ୍ରୀ ରୀତା ପାଣିଗ୍ରାହୀଙ୍କୁ ଅଭିନନ୍ଦନ ଜଣେଇଛନ୍ତି ।କୋରାପୁଟ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଇଶ୍ୱର ପାଣିଗ୍ରାହୀ , ପୂବର୍ତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ  ପୁଷ୍ପଗୁଛ ଦେଇ କୋରାପୁଟ ଜୋନ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ରୀତା ପାଣିଗ୍ରାହୀ ଓ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଲତା ରାୟଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.