Home କୋରାପୁଟ ଦଶମନ୍ତପୁର ହାତୀମୁଣ୍ଡା ଗୋଷ୍ଠୀ ସଂଘର୍ଷ ଘଟଣାରେ ୫ ଗିରଫ

ଦଶମନ୍ତପୁର ହାତୀମୁଣ୍ଡା ଗୋଷ୍ଠୀ ସଂଘର୍ଷ ଘଟଣାରେ ୫ ଗିରଫ

30

କୋରାପୁଟ ୧୩-୦୭(ଓଡିଆ ପୁଅ /ରଂଜନ ଦାସ) ଦଶମନ୍ତପୁର ଥାନା  ଅନ୍ତର୍ଗତ ହାତୀମୁଣ୍ଡା ଗ୍ରାମ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୋଲିସ ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ବ୍ୟକ୍ତିମାନେ ହେଲେ ହାତୀମୁଣ୍ଡା ଗ୍ରାମର କୁମ୍ବେ ପରଜା(୪୫),ବାସନା ଜାନୀ(୧୮),ଲଚ୍ଛନ ପରଜା(୧୮),ଅଂଜି ଜାନୀ(୩୦) ଓ ମକରା ଜାନୀ(୨୫) । ପୋଲିସ କୁମ୍ବେ ପରଜା,ବାସନା ଜାନୀ ଓ ଲଚ୍ଛନ ପରଜା ବିରୁଦ୍ଧରେ ଏକ ମାମଲା (କେସ ନଂ ୪୬/୨୦୨୧) ରୁଜୁ କରିଥିବାବେଳେ ଅଂଜି ଜାନୀ ଓ ମକରା ଜାନୀ ବିରୁଦ୍ଧରେ ଅନ୍ୟ ଏକ ମାମଲା (୪୭/୨୦୨୧) ଧାରା ୩୦୨ ଓ ୩୦୭  ଅନୁଯାୟୀ ରୁଜୁ କରି  ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା  ଦଶମନ୍ତପୁର ଥାନା ଅଧିକାରୀ ବିଜୟରାଜ ମାଝି ସୂଚନା ଦେଇଛନ୍ତି । ସୂଚନା ଥାଉକି ଯେ ଗତ ଶନିବାର ବିଳମ୍ବିତ ରାତିରେ ହାତୀମୁଣ୍ଡାରେ ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବାରୁ ଘଟଣା ସ୍ଥଳରେ ଧନପତି ଜାନୀ ଓ ସହଦେବ ଜାନୀଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୭ଜଣ ଆହତ ହୋଇଥିବାବେଳେ ସେନାପତି ଜାନୀ ଏବଂ  ଧନେଶ୍ୱର ଜାନୀ ଗୁରୁତର ଥିବାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ  ଚିକିତ୍ସିତ ହେଉଛନ୍ତି । ଗିରଫ ୫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.