Home Top News ଚିତ୍ତରଞ୍ଜନ ପଲ୍ଲେଇ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚର ଖୁଲାସା : ୨ ଗିରଫ, ଜାମିନ୍ ନାମଞ୍ଜୁର

ଚିତ୍ତରଞ୍ଜନ ପଲ୍ଲେଇ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚର ଖୁଲାସା : ୨ ଗିରଫ, ଜାମିନ୍ ନାମଞ୍ଜୁର

19

ପୁରୀ, ୨୪।୧୨ (ଓଡ଼ିଆ ପୁଅ) ପୁରୀର ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲ୍ଲେଇ ମୃତ୍ୟୁ ମିଷ୍ଟ୍ରୀର ଖୁଲାସା କରିଛି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରାଯାଇ ଶାଶନ ଦାମଦୋରପୁରର ଜଗନ୍ନାଥ ଷଡ଼ଙ୍ଗୀ ଓ ଚକ୍ରପଡାର ଅଶୋକ ଉପାଧ୍ୟାୟକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗ୍ରାମୀଣ ନ୍ୟାୟାଳୟରେ ଜାମିନ୍ ନାମଞ୍ଜୁର ହେବା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିସହ ସାତଦିନିଆ ରିମାଣ୍ଡ ଆବେଦନ କରିଛି କ୍ରାଇମବ୍ରାଞ୍ଚ। ଆଇପିସିର ଦଫା ୩୦୨, ୧୨୦ବି, ୨୦୧ ଓ ଦଫା ୩୪ ରେ ଏହି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତ ୧୧ ତାରିଖ ଶନିବାର ଦିନ ବିଳମ୍ବିତ ରାତିରେ ପୁରୀ ମାଟିଆପଡା ସ୍ଥିତ ଜଗନ୍ନାଥ ଷଡ଼ଙ୍ଗୀର ଭଡା ଘରେ ଭୋଜି ପରେ ରାତିରେ ଜଗନ୍ନାଥ ଷଡ଼ଙ୍ଗୀ ମୃତ ଚିତ୍ତଙ୍କ ସହ ଚକ୍ରପଡା ଗ୍ରାମର ଜଣେ ମହିଳାଙ୍କ ଘରକୁ ଯାଇଥିଲେ। କୌଣସି ଘଟଣାକୁ ନେଇ ସେଠାରେ ବଚସା ହୋଇ ଥିଲା। ପରେ ଏହି ଘଟଣାରେ ଗଣ୍ଡଗୋଳ ଘଟି ଚିତ୍ତଙ୍କ ମୃତ୍ୟୁ ହୋଇଥିଲା। କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ପୂର୍ବରୁ ଉକ୍ତ ମହିଳାଙ୍କ ଘରକୁ ଜଗନ୍ନାଥ ଷଡ଼ଙ୍ଗୀ ବାରମ୍ବାର ଯାତାୟତ କରୁଥିଲେ। ତେବେ କ’ଣ ଉକ୍ତ ମହିଳାଙ୍କ ନିକଟ କୁ ଜଗା ବାରମ୍ବାର ଯାଉଥିଲେ ଓ ଘଟଣା ଦିନ ରାତି ଚିତ୍ତ ଙ୍କୁ ନେଇ ଜଗା କଣ ପାଇଁ ଯାଇଥିଲେ ସେ ନେଇ କିଛି କ୍ରାଇମବ୍ରାଞ୍ଚ କିଛି ସ୍ପଷ୍ଟ କରିନି। ସେହିପରି ଏହି ଗଣ୍ଡଗୋଳ ଘଟଣା ରେ ଉକ୍ତ ମହିଳା ଙ୍କ କଣ ସମ୍ପୃକ୍ତି ରହିଛି ଏବଂ ଉକ୍ତ ମହିଳା ଙ୍କ ସ୍ୱାମୀ ଅଶୋକ ଉପାଧ୍ୟାୟ ଙ୍କ କଣ ଭୂମିକା ରହିଛି ସେ ନେଇ କ୍ରାଇମବ୍ରାଞ୍ଚ କିଛି ବି ଖୁଲାସା କରି ନ ଥିବା ବେଳେ ଏହି ଘଟଣା ଏବେ ଅନ୍ୟ ଦିଗ କୁ ଦର୍ଶାଉଛି। ତେବେ ଏହି ଘଟଣାରେ ୫ ଜଣଙ୍କର ଲାଇ ଡିଟେକ୍ସନ ଟେଷ୍ଟ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ୍, ଭିସେରା, ଡାଏଟମ୍, ରକ୍ତ ନମୁନା ଓ ଘଟଣାସ୍ଥଳରୁ ଜବତ ହୋଇଥିବା ସାମଗ୍ରୀର ସାଇଣ୍ଟିଫିକ ଓ ବୈଷୟିକ ଯାଞ୍ଚ ପରେ ଏହି ଦୁଇଜଣଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହି ଦୁଇଜଣଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରହିଥିବା କହିଛନ୍ତି। ଘଟଣାର ତଦନ୍ତ ଚାଲୁ ରହିଛି। ରିମାଣ୍ଡରେ ଅଣାଯିବା ପରେ ତଥ୍ୟ ପ୍ରମାଣ ହାସଲ ପାଇଁ ଏମାନଙ୍କୁ ଅଧିକ ପଚରାଉଚରା କରାଯିବ। ଘଟଣାରେ ଅନ୍ୟ ମାନଙ୍କ ସମ୍ପୃକ୍ତି ଆସିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇପାରେ ବୋଲି କ୍ରାଇମବ୍ରାଞ୍ଚ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.