Home ଜିଲ୍ଲା ପରିକ୍ରମା କୋରାପୁଟ ଜିଲ୍ଲାରେ ୭ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୭ଜଣ କରୋନା ପଜିଟିଭ ଚିହ୍ନଟ

37

କୋରାପୁଟ ୨୨-୦୭(ଓଡିଆ ପୁଅ/ରଂଜନ ଦାସ) ଗୁରୁବାର କୋରାପୁଟ ଜିଲ୍ଲାରେ  ୩ଜଣ ମହିଳାଙ୍କ ସମେତ   ୭ ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୭୫୬ରେ ପହଂଚିଛି ।  ଆଜିର ଆକ୍ରାନ୍ତମାନଙ୍କମଧ୍ୟରୁକୋରାପୁଟ,ଜୟପୁର,ସୁନାବେଡାପୌରାଂଚଳଓକୋଟପାଡଏନଏସିସମେତବନ୍ଧୁଗାଁ,ବୋରିଗୁମ୍ମା,କୋରାପୁଟ,କୁନ୍ଦୁରା,ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର,ନାରାୟଣପାଟଣା ଓ ପଟ୍ଟାଙ୍ଗୀ ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଆଜି କେବଳ ବୈପାରିଗୁଡା ବ୍ଲକରୁ ୨,ଦଶମନ୍ତପୁର ବ୍ଲକରୁ ୧,ଜୟପୁର ବ୍ଲକରୁ ୧,କୋଟପାଡ ବ୍ଲକରୁ ୨ ଓ ସେମିଲିଗୁଡା ବ୍ଲକରୁ ଜଣେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୨୨  ତାରିଖ ସୁଦ୍ଧା ୪ ଲକ୍ଷ   ୫୪ ହଜାର  ୮୮୨ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୪୪୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୨୩୮ ଟି ସକ୍ରୀୟ କେସ ରହିଛି ।  ଜିଲ୍ଲାରେ  ଗୁରୁବାର  ସୁଦ୍ଧା  ମୋଟ ମୃତ୍ୟୁ ସଂଖ୍ୟା ୬୯   ରହିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.