Home Top News ନିର୍ବାଚନ ଆୟୋଗ ଉପରେ ଅସନ୍ତୁଷ୍ଟ ମାଡ୍ରାସ ହାଇକୋର୍ଟ – କରୋନା ବିସ୍ତାର ପାଇଁ ଅଧିକାରୀଙ୍କ ଉପରେ...

ନିର୍ବାଚନ ଆୟୋଗ ଉପରେ ଅସନ୍ତୁଷ୍ଟ ମାଡ୍ରାସ ହାଇକୋର୍ଟ – କରୋନା ବିସ୍ତାର ପାଇଁ ଅଧିକାରୀଙ୍କ ଉପରେ ହତ୍ୟା ମାମଲା ରୁଜୁ କରାଯିବା ଉଚିତ ହୋଇପାରେ : ମାଡ୍ରାସ ହାଇକୋର୍ଟ

108

ଚେନ୍ନାଇ ୨୬ ଏପ୍ରିଲ (ଓଡ଼ିଆ ପୁଅ) କରୋନା ସଂକ୍ରମଣ ପାଇଁ ସୋମବାର ମାଡ୍ରାସ ହାଇକୋର୍ଟ ନିର୍ବାଚନ ଆୟୋଗକୁ ଦାୟୀ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ପାଇଁ ଯଦି କେହି ଦାୟୀ ରହିବେ, ତେବେ କେବଳ ନିର୍ବାଚନ ଆୟୋଗ ହିଁ ଦାୟୀ।

ଦେଶରେ ଦ୍ୱିତୀୟ କରୋନା ଭୂତାଣୁ ଭୟଙ୍କର ରୂପ ଧାରଣ କରିଛି। ସଂକ୍ରମଣ ବ୍ୟାପିବା ପାଇଁ ସୋମବାର ମାଡ୍ରାସ ହାଇକୋର୍ଟ ନିର୍ବାଚନ ଆୟୋଗକୁ ଦାୟୀ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହର ପାଇଁ ଯଦି କେହି ଦାୟୀ ରହିବେ, ତେବେ କେବଳ ନିର୍ବାଚନ ଆୟୋଗ ହିଁ ଦାୟୀ। କୋର୍ଟ କହିଛନ୍ତି ଯେ, କରୋନା ସଂକ୍ରମଣ ଏବେ ବି ଅଛି ବୋଲି ଜାଣିବା ସତ୍ତ୍ୱେ ନିର୍ବାଚନ ରାଲି ଉପରେ ପ୍ରତିବନ୍ଧକ ଲଗାଯାଇ ନଥିଲା। ଏଥିପାଇଁ ନିର୍ବାଚନ ଆୟୋଗର ଅଧିକାରୀଙ୍କ ଉପରେ ହତ୍ୟା ମାମଲା ରୁଜୁ କରାଯିବା ଉଚିତ। ଏଥି ସହିତ, ଆସନ୍ତା ୨ ତାରିଖ ପାଇଁ ପ୍ରସ୍ତୁତି ବିଷୟରେ ଆଗରୁ ଜଣାଇବାକୁ ଆୟୋଗଙ୍କୁ କହିଛନ୍ତି, ନଚେତ୍ ଭୋଟ୍ ଗଣନା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.