Home ଓଡ଼ିଶା ଚାନ୍ଦପୁର ରେ ପ୍ରତିଷ୍ଠା ହେବ ଜାତୀୟ ମାନସିକ ସ୍ତରର ସ୍ୱାସ୍ଥ୍ୟ ପ୍ରତିଷ୍ଠାନ

ଚାନ୍ଦପୁର ରେ ପ୍ରତିଷ୍ଠା ହେବ ଜାତୀୟ ମାନସିକ ସ୍ତରର ସ୍ୱାସ୍ଥ୍ୟ ପ୍ରତିଷ୍ଠାନ

132

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୬- ପୂର୍ବ ଭାରତରେ ମାନସିକ ରୋଗୀଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ସେଥିପାଇଁ ଓଡିଶାର ନୟାଗଡ ଜିଲ୍ଲା ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସ ପରିସର ରେ ଜାତୀୟ ସ୍ଥରର ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ (ନିମହାନ୍ସ) ଖୋଲିବାକୁ ରାଜ୍ୟ ସରକାର  କେନ୍ଦ୍ର ସରକାରଙ୍କୁ ତା ୨୮ ଅପ୍ରେଲ ୨୦୨୧ ରେ ଅତିରିକ୍ତ ମୁଖ୍ୟ ସଚିବ ପି.କେ ମହାପାତ୍ର ଚିଠି ଲେଖିଥିବା ଜଣାପଡିଛି । ଏହି ଚିଠି କେନ୍ଦ୍ର ସରକାରଙ୍କ ବିଚାରଧିନ ରହିଅଛି । ଏ ଖବର ରଣପୁର ବ୍ଲକ ଚାନ୍ଦପୁର ଅଂଚଳ ରେ ପ୍ରଚାର ହେବା ପରେ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ମନୋଜ ଦାସ , ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ , ଚାନ୍ଦପୁର ବରିଷ୍ଠ ନାଗରିକ ମଂଚର ସଭାପତି ଧନେଶ୍ୱର ଅଗ୍ରୱାଲ , ପୁର୍ବତନ ସରପଂଚ ଅଶୋକ କୁମାର ସାହୁ ଓ ଅନ୍ୟମାନେ ପୁର୍ବତନ ରାଜ୍ୟସଭା ସାଂସଦ ତଥା ପୁର୍ବତନ ରଣପୁର ବିଧାୟକ ରବି ନାରାୟଣ ମହାପାତ୍ର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇବା ସହ ଖୁବଶୀଘ୍ର କେନ୍ଦ୍ର ସରକାର ରାଜ୍ୟର ଏହି ପ୍ରସ୍ତାବ କୁ ଗ୍ରହଣ କରି ନେବାକୁ ଅନୁରୋଧ କରିଛନ୍ତି ।

ପୁର୍ବତନ ରାଜ୍ୟସଭା ସାଂସଦ ରବି ନାରାୟଣ ମହାପାତ୍ର ୨୦୧୨ ମସିହାରୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ରେ ଜାତୀୟ ସ୍ତର ର ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । କିନ୍ତୁ ଚାନ୍ଦପୁର ପରିବର୍ତ୍ତେ କଟକ ରେ ଏହି ପ୍ରତିଷ୍ଠାନ କରିବା ପାଇଁ ପ୍ରସ୍ତାବ ଯିବା ପରେ ଚାନ୍ଦପୁର ଠାରେ ହେବାର ସ୍ୱପ୍ନ ମଉଳି ଯାଇଥିଲା । କିନ୍ତୁ ଜାତୀୟ ସ୍ତରର ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ହେବାପାଇଁ ଆବଶ୍ୟକ ପଡୁଥିବା ଯାଗା ର ଅଭାବ ଯୋଗୁଁ ଏହା କେନ୍ଦ୍ର ସରକାର ଙ୍କ ବିଚାର ଯୋଗ୍ୟ ହୋଇନଥିଲା । କିନ୍ତୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସ ରେ ଆବଶ୍ୟକୀୟ ଭିର୍ତ୍ତି ଭୂମି ଓ ନିଜସ୍ୱ ଯାଗା ଥିବାରୁ ଏହା ଏକ ଉପଯୁକ୍ତ ସ୍ଥାନ ବୋଲି ବିବେଚନା କରାଯାଇଛି । ବର୍ତ୍ତମାନ ପରିସ୍ଥିତି ରେ ମାନସିକ ରୋଗୀ ଙ୍କ ସଂଖ୍ୟା ହ୍ରାସ ଉପରେ ପଦକ୍ଷେପ ନେବାର ଆବଶ୍ୟକତା କୁ ଉପଲବ୍ଧି କରାଯାଇଛି । ନିରକ୍ଷରତା , ଦାରିଦ୍ୟତା ଏବଂ ସଚେତନତା ର ଅଭାବ ଯୋଗୁଁ ଅଧିକାଶଃ ଲୋକ ମାନସିକ ବିକାର ଗ୍ରସ୍ତ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା କରାଇପାରନ୍ତି ନାହିଁ । ଅନ୍ୟାନ୍ୟ ରୋଗ ଭଳି ମାନସିକ ବିକାର ଗ୍ରସ୍ତ ରୋଗୀ ମଧ୍ୟ ଏହି ପ୍ରତିଷ୍ଠାନ ରେ ଚିକିତ୍ସା ହୋଇ ଆରୋଗ୍ୟ ଲାଭ କରିପାରିବ । ରାଜ୍ୟ ସରକାର ଚାନ୍ଦପୁର ଠାରେ ଏହି ପ୍ରତିଷ୍ଠାନ ନିର୍ମାଣ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିବାରୁ ରଣପୁର ଅଂଚଳବାସୀ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.