କୋରାପୁଟ ୨୯-୦୭(ଓଡିଆ ପୁଅ /ରଂଜନ ଦାସ)ଗୁରୁବାର କୋରାପୁଟ ଜିଲ୍ଲାରେ ଜଣେ ମହିଳାଙ୍କ ସମେତ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୦୪ ରେ ପହଂଚିଛି । ଆଜି ଜୟପୁର ପୌର ପରିଷଦ ଓ କୋଟପାଡ ଏନଏସି ସମେତ ବୈପାରିଗୁଡା,ବୋରିଗୁମ୍ମା,ଦଶମନ୍ତପୁର,ଜୟପୁର,କୋଟପାଡ,କୁନ୍ଦୁରା,ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର,ନାରାୟଣପାଟଣା,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଆଜି କେବଳ କୋରାପୁଟ ଓ ସୁନାବେଡା ପୌରାଂଚଳ ଏବଂ ବନ୍ଧୁଗାଁ ଓ କୋରାପୁଟ ବ୍ଲକରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୨୮ ତାରିଖ ସୁଦ୍ଧା ୫ ଲକ୍ଷ ୨ ହଜାର ୧୧୬ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୮୫୬୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୬୫ ଟି ସକ୍ରୀୟ କେସ ରହିଛି । ଜିଲ୍ଲାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ସୁଦ୍ଧା ମୋଟ ୭୧ ଜଣଙ୍କର ମୃତ୍ୟୁ ହୋଇଛି ।