Home କୋରାପୁଟ କୋରାପୁଟ ଜିଲ୍ଲାରେ ବିନା ଭକ୍ତରେ ରଥଯାତ୍ରା

କୋରାପୁଟ ଜିଲ୍ଲାରେ ବିନା ଭକ୍ତରେ ରଥଯାତ୍ରା

90

କୋରାପୁଟ ୧୨-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ରଥଯାତ୍ରା ପାଳିତ ହୋଇଯାଇଛି ।କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ରଥଯାତ୍ରା ପାଳିତ ହୋଇଯାଇଛି । କୋରାପୁଟରେ ଗୋଟିଏ ରଥ ନିର୍ମାଣ କରାଯାଇ ରାଜ୍ୟ ସରକାରଙ୍କ  କୋଭିଡ ନିର୍ଦ୍ଦେଶାନୁସାରେ ମନ୍ଦିର ପରିସରର ମେଘନାଦ ପାଚେରୀ ନିକଟରେ ରଥଯାତ୍ରା ପାଳିତ ହୋଇଥିଲା ।ପୀଠଦେବୀ ବିମଳାଙ୍କଠାରୁ ଆଜ୍ଞାମାଳ ଆଣିବା ପରେ ଶ୍ରୀଜିଉଙ୍କ ମଙ୍ଗଳାଅର୍ଫଣ କରାଯାଇଥିଲା ।ଚତୁର୍ଦ୍ଧାମୂର୍ତିଙ୍କ ଧାଡି ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା ।ଆଦିବାସୀ ସେବକ ଦାସୀ ନାୟକ ଛେରା ପହଁରା କରିଥିଲେ ।କୋରାପୁଟ ଟାଉନ ପୋଲିସ ତରଫରୁ ମନ୍ଦିର ଭିତର ଓ ବାହାରେ ପୋଲିସ ମୃତୟନ କରାଯାଇଥିଲା ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।ମନ୍ଦିର ପରିସରରେ  ନିର୍ମିତ ଅସ୍ଥାୟୀ ମାଉସୀମା ତିନି ଠାକୁରଙ୍କ ୯ଦିନ ପର୍ଯ୍ୟନ୍ତ ନୀତିକାନ୍ତି କରାଯିବ ବୋଲି ଜଣାପଡିଛି । ସେହିପରି ନନ୍ଦପୁର ଓ ପାଡୁଆ ଜଗନ୍ନାଥ ମନ୍ଦିରରେ ରଥ ଓ ଭକ୍ତ ବିନା ରଥଯାତ୍ରା ପାଳିତ ହୋଇଯାଇଛି ।ନନ୍ଦପୁରରେ ତହସିଲଦାର ନରସିଂହ ଗାଦବା ଛେରା ପହଁରା କରିଥିଲେ ।ପାଡୁଆରେ ଦଇତାପତି ସୀମାଞଳ ନାୟକ ଛେରା ପହଁରା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.