Home କୋରାପୁଟ କୋରାପୁଟରେ ଲିଟର ୮୦ ଟଙ୍କାରେ ଗ୍ରାହକଙ୍କୁ ପେଟ୍ରୋଲ ଦେଇ କଂଗ୍ରେସର ପ୍ରତିବାଦ

କୋରାପୁଟରେ ଲିଟର ୮୦ ଟଙ୍କାରେ ଗ୍ରାହକଙ୍କୁ ପେଟ୍ରୋଲ ଦେଇ କଂଗ୍ରେସର ପ୍ରତିବାଦ

108

କୋରାପୁଟ ୧୭-୦୭(ଓଡିଆ ପୁଅ /ରଂଜନ ଦାସ) କେନ୍ଦ୍ର ସରକାର ପ୍ରତିଦିନ  ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି କରୁଥିବା ହେତୁ  କଂଗ୍ରେସ ଗତ ଏକ ସପ୍ତାହ ଧରି ପ୍ରତିବାଦ କରି ଚାଲିଥିବାବେଳେ ଶନିବାର କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ତରଫରୁ ତୈଳଦର ବୃଦ୍ଧିକୁ ଅଭିନବ ଉପାୟରେ  ପ୍ରତିବାଦ କରାଯାଇଛି । ଆଜି କୋରାପୁଟ ସହରରେ ପେଟ୍ରୋଲ ଲିଟର ପିଚ୍ଛା ୧୦୭ ଟଙ୍କା ଥିବାବେଳେ ଜିଲ୍ଲା କଂଗ୍ରେସ ଗ୍ରାହକ ମାନଙ୍କୁ  ଲିଟରକୁ ମାତ୍ର ୮୦ ଟଙ୍କାରେ ପେଟ୍ରୋଲ  ଯୋଗାଇ ଦେଇଥିଲା । ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ ,କୋରାପୁଟ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଳଦୀପ,ପୂର୍ବତନ ବିଧାୟକ ନିମାଇଁ ସରକାର,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜଗଦିଶ ଖୋସ୍ଲା,ସାଂସଦ ପ୍ରତିନିଧି ବାବୁଲା ବେନ୍ୟା,ପୂର୍ବତନ ନଗରପାଳ ଭଗବାନ ବାହିନୀପତି,ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ବାଖିଆ,ନଗର କଂଗ୍ରେସ କମିଟି ସଭାପତି ଜୟନ୍ତ କଚିମ.ଭବାନୀ ଶଙ୍କର ମିଶ୍ର ,ପ୍ରମୁଖ ମିଶନ କମ୍ପାଉଣ୍ଡ ଛକ ସ୍ଥିତ ପେଟ୍ରୋଲ ପମ୍ପ୍‌ରେ  ପ୍ରାୟ ଘଂଟାଏ କାଳ  ଯାଏ ତୈଳଦର ବୃଦ୍ଧିକୁ ପ୍ରତିବାଦ କରି ସେହି ସମୟ ମଧ୍ୟରେ ପେଟ୍ରୋଲ କିଣିବାକୁ ଆସିଥିବା ୫୦ରୁ ଉର୍ଦ୍ଧ୍ୱ ଗ୍ରାହକଙ୍କୁ  ଲିଟର ୮୦ ଟଙ୍କା ଦରରେ  ଗୋଟିଏ ଲିଟର ପେଟ୍ରୋଲ ଦେଇଥିଲେ । ଗ୍ରାହକ ଏକ ଲିଟର ପେଟ୍ରୋଲ ପାଇଁ ୮୦ ଟଙ୍କା ଦେଇଥିବାବେଳେ କଂଗ୍ରେସ ପକ୍ଷରୁ ତେଲଟାଙ୍କି ମାଲିକଙ୍କୁ ୨୭ ଟଙ୍କା ପୈଠ କରାଯାଇଥିଲା । ଏହି ସମୟରେ  କେନ୍ଦ୍ର ସରକାର ବିରୁଦ୍ଧରେ  କଂଗ୍ରେସ ପକ୍ଷରୁ ଏକ ଦସ୍ତଖତ ସଂଗ୍ରହ ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.