Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆତଙ୍କବାଦ ବିରୋଧୀ ଦିବସ ପାଳିତ

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆତଙ୍କବାଦ ବିରୋଧୀ ଦିବସ ପାଳିତ

53

କୋରାପୁଟ ୨୧-୦୫(ଓଡିଆ ପୁଅ/ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭର୍ଚୁଆଲ ମୋଡରେ ଆତଙ୍କବାଦ ବିରୋଧୀ ଦିବସ ପାଳିତ ହୋଇଯାଇଛି ।ଆତଙ୍କବାଦ ଓ ହିଂସା କିପରି ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରେ ଓ ଏହା ଜାତୀୟ ସ୍ୱାର୍ଥ ପ୍ରତି କ୍ଷତିକାରକ ହୋଇଥିବାରୁ ଯୁବ ସମାଜ ଆତଙ୍କବାଦ ଓ ହିଂସାକୁ ପରାହତ କରିବା ଲକ୍ଷ୍ୟରେ ସଚେତନତା ଆଣିବା ନିମନ୍ତେ ବିଶ୍ୱବିଦ୍ୟାଳୟ ଆତଙ୍କବାଦ ବିରୋଧୀ ଦିବସ ପାଳନ କରିଥିଲା ବୋଲି କର୍ତୂପକ୍ଷ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।ଏହି ଅବସରରେ ଅହିଂସା ଓ ସହନଶୀଳତାର ପରମ୍ପରାରେ ଦୃଢ ବିଶ୍ୱାସ ରଖି ଆତଙ୍କବାଦ ଓ ହିଂସାର  ଦୃଢ ବିରୋଧ କରିବେ ବୋଲି କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ନେତୃତ୍ୟରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ,ଶିକ୍ଷକ,ବରିଷ୍ଠ ଅଧିକାରୀ ଓକର୍ମଚାରୀମାନେ ଇଂରାଜୀ ଭାଷାରେ ଶପଥ ପାଠ କରିଥିଲେ ।ଏଥି ସହିତ ମାନବ ସମାଜର ସବୁ ସ୍ତରରେ ଶାନ୍ତି ଓ ସାମାଜିକ ସଦଭାବ ବଜାୟ ରଖିବା ଏବଂ ମାନବ ସମାଜ ପ୍ରତି କ୍ଷତି ପହଂଚାଉଥିବା ବିଘନଟାରୀ ଶକ୍ତି ସହିତ ଲଢିବା ପାଇଁ ମଧ୍ୟ ଶପଥ ନେଇଥିଲେ ।ଉପକୁଳପତି  ପ୍ରଫେସର କ୍ଷୀତି ଭୂଷଣ ଦାସ ସମସ୍ତଙ୍କୁ ହିନ୍ଦି ଭାଷାରେ ଏହି ଶପଥ ପାଠ କରାଇଥିଲେ ।ଛାତ୍ର କଲ୍ୟାଣ ବିଭାଗର ଡିନ  ଡ.ରମେନ୍ଦ୍ର କୁମାର ପାଢୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରୀକ୍ଷା ନିୟନ୍ତ୍ରକ ଡ.ରାମ ଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.