Home କୋରାପୁଟ କୋରାପୁଟ ଜିଲ୍ଲାରେ ୨୨ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୨୨ଜଣ କରୋନା ପଜିଟିଭ ଚିହ୍ନଟ

30

କୋରାପୁଟ ୧୬-୦୭(ଓଡିଆ ପୁଅ /ରଂଜନ ଦାସ) ଶୁକ୍ରବାର ଦିନ କୋରାପୁଟ ଜିଲ୍ଲାରେ  ୮ଜଣ ମହିଳାଙ୍କ ସମେତ   ୨୨ ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୬୮୧ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ପରିଷଦରୁ ୬ ,ଜୟପୁର ପୌରାଂଚଳରୁ ୨ ଓ ସୁନାବେଡା ପୈାରାଂଚଲରୁ ୩ଜଣ ପଜିଟିଭ ଚିହ୍ନଟ  ହୋଇଛନ୍ତି ।  ସେହିପରି  ଆଜି  ବନ୍ଧୁଗାଁ , ବୋରିଗୁମ୍ମା ,ଦଶମନ୍ତପୁରରୁ ,ଜୟପୁର , କୋଟପାଡ ,ଲକ୍ଷ୍ମିପୁରଓ ନାରାୟଣପାଟଣା ବ୍ଲକରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପଟ୍ଟାଙ୍ଗୀ ବ୍ଲକରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।କୋଟପାଡ ଏନଏସି ସମେତ  ବୈପାରିଗୁଡା, କୋରାପୁଟ,କୁନ୍ଦ୍ରା,ଲମତାପୁଟ,ନନ୍ଦପୁର ଓ ସେମିଲିଗୁଡା ବ୍ଲକରୁ  ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୧୫  ତାରିଖ ସୁଦ୍ଧା ୪ ଲକ୍ଷ   ୨୫ ହଜାର  ୫୪୦ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୨୬୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୩୫୩ ଟି ସକ୍ରୀୟ କେସ  ରହିଛି ।  ଜିଲ୍ଲାରେ  ଶୁକ୍ରବାର ସୁଦ୍ଧା  ମୋଟ ମୃତ୍ୟୁ ସଂଖ୍ୟା ୬୭   ରହିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.